ନକଲି ପାଇପ୍‌ ନିର୍ମାଣ କାରଖାନା ଉପରେ ଚଢ଼ଉ

ନାଗପୁର: ଉତ୍ତରାଖଣ୍ଡର ଉଦ୍ଧମ ସିଂହ ନଗରରେ ଥିବା ଏକ ନକଲି ପିଭିସି ପାଇପ୍‌ କାରଖାନା ଉପରେ ଚଢ଼ଉ ହୋଇଛି। ଦିଲ୍ଲୀର ଏକ କୋର୍ଟ ଆଦେଶ ବଳରେ ଏହି ଚଢ଼ଉ ହୋଇଥିଲା। ଏଥିସହିତ ଉକ୍ତ କମ୍ପାନିର ଏକ ସ୍ଥାନୀୟ ବିତରକଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହୋଇଥିଲା। ଏହି କାରଖାନା ‘ପ୍ଲାଷ୍ଟୋ ଟଫ୍‌’ନାମରେ ପିଭିସି ପାଇପ୍‌ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲା। ନାଗପୁର ଭିତ୍ତିକ ଆର୍‌. ସି. ପ୍ଲାଷ୍ଟୋ ଟ୍ୟାଙ୍କ୍‌ସ ଆଣ୍ଡ ପାଇପ୍‌ସ ପକ୍ଷରୁ ଦିଲ୍ଲୀର ଏକ କୋର୍ଟରେ ଏ ନେଇ ଆବେଦନ କରାଯାଇଥିଲା। ଟ୍ରେଡମାର୍କ ଆଇନ ଉଲ୍ଲଂଘନ କରିବା ସହିତ କମ୍ପାନିକୁ ପ୍ରଚୁର କ୍ଷତି ପହଞ୍ଚାଇଥିବା ଅଭିଯୋଗ ଆର୍‌. ସି. ପ୍ଲାଷ୍ଟୋ ପକ୍ଷରୁ କରାଯାଇଥିଲା।

ସମ୍ବନ୍ଧିତ ଖବର