ଭାରତୀୟ ବଜାରରେ ରିଅଲ ମି ୨ ପ୍ରୋ, ଅକ୍ଟୋବର ୧୧ରୁ କେବଳ ଫ୍ଲିପକାର୍ଟରେ ମିଳିବ

ହାଇଏଣ୍ଡ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନି ରିଅଲ ମି ପକ୍ଷରୁ ରିଅଲମି ୨ ପ୍ରୋକୁ ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଛି । ମିଡ୍‌ ରେଞ୍ଜ ସେଗ୍‌ମେଣ୍ଟରେ ମାକ୍ସ ପାୱାର ଓ ମାକ୍ସ ଷ୍ଟାଇଲ୍‌ ସହିତ ସହିତ ରିୟଲମି ୨ପ୍ରୋ ଏକ ବେଞ୍ଚମାର୍କ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛି। ଏହି ଡିଭାଇସ୍‌ରେ ରହିଛି ଫର୍ମିଡେବଲ୍‌ ସ୍ନାପ୍‌ଡ୍ରାଗନ୍‌ ୬୬୦ ଏଆଇଇ ପ୍ରୋସେସର ଓ ତିନିଟି ଭାରିଆଣ୍ଟରେ ଏହା ଉପଲବ୍ଧ ଅଟେ : ୪ଣ୍ଟ ୬୪ ଜିବି, ଟ.୧୩,୯୯୦/-, ୬+ ଜିବି, ଟ.୧୫,୯୯୦/- ଓ ୮+୧୨ ଜିବି, ଟ.୧୭,୯୯୦/-। ରିୟଲ୍‌ମି ୨ ପ୍ରୋରେ ରହିଛି ସୁପର ଲାର୍ଜ ମାର୍ଭଲସ୍‌ ଭ୍ୟୁ, ୬.୩- ଇଞ୍ଚ ଡ୍ୟୁଡ୍ରପ ଫୁଲ୍‌ ସ୍କ୍ରିନ ଓ ହାଇଏଷ୍ଟ ସ୍କ୍ରିନ-ଟୁ-ବଡି ଅନୁପାତ ୯୦.୮% ଯାହା ଏହି ସେଗ୍‌ମେଣ୍ଟରେ ରହିଛି। ଏହା କେବଳ ଫ୍ଲିପ୍‌କାର୍ଟରେ ୧୧ ଅକ୍ଟୋବର, ଦିନ ୧୨ଟାରୁ ଉପଲବ୍ଧ ହେବ। ଏହି ଫୋନ୍‌ ତିନିଟି ଟ୍ରେଣ୍ଡି ନୂଆ କଲର – ବ୍ଳୁ ଓସିନ୍‌, ବ୍ଲାକ୍‌ ସି ଓ ଆଇସ୍‌ ଲେକ୍‌ରେ ଉପଲବ୍ଧ ହେବ। ରିୟଲ୍‌ମି ୨ ପ୍ରୋରେ ରହିଛି ମ୍ୟାଜିକ୍‌ କ୍ଵାଲ୍‌କମ୍‌ ସ୍ନାପ୍‌ଡ୍ରାଗ୍ନ ୬୬୦ ଏଆଇଇ ପ୍ରୋସେସର ଯାହା କମ୍‌ ପାୱାର ଖର୍ଚ୍ଚରେ ଅଧିକ କାର୍ଯ୍ୟକୁଶଳତା ପ୍ରଦାନ କରିଥାଏ। ଏହା ସହିତ ଏଥିରେ ରହିଛି ଆଡ୍ରେନୋ ୫୧୨ ଜିପିୟୁ ଓ କ୍ଵାଲ୍‌କମ୍‌ ଅଲ୍‌-ୱେଜ୍‌ ଆୱେର ସେନ୍‌ସର ହବ୍‌ ଓ ଏଚ୍‌ଭିଏକ୍ସ ତଥା ବିଲ୍‌ଟ-ଇନ୍‌ ଏଆଇ ଇଞ୍ଜିନ୍‌। ଏ ସମସ୍ତ ମିଶି ଏକ ସ୍ମଥ୍‌ ରିଅଲ୍‌ ଏଆଇ ଅନୁଭୂତି ପ୍ରଦାନ କରିଥାଏ। ରିୟଲମି ୨ ପ୍ରୋରେ ରହିଛି ୧୬-ମେଗା ପିକ୍‌ସେଲ୍‌ ରିୟର ଡୁଆଲ୍‌ କ୍ୟାମେରା ।

ସମ୍ବନ୍ଧିତ ଖବର