ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲରେ ସାମିଲ ହେଲା ରିୟଲ ମି, ମିଳୁଛି ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ : ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେ ସେଲରେ ଅଗ୍ରଣୀ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିୟଲ ମି ସାମିଲ୍‌ ହୋଇଛି । ଏହି ସେଲ୍‌ରେ ଏଚଡିଏଫସି କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ବିନା ଇଏମ୍‌ଆଇ ସୁବିଧା ସହିତ ୧୦ ପ୍ରତିଶସ କ୍ୟାସବ୍ୟାକ୍‌ ସୁବିଧା  ଉପଲବ୍ଧ କରାଯିବ। ମୋବାଇଲ୍‌ ସୁରକ୍ଷା ମାତ୍ର ୯୯ଟଙ୍କାରେ ସମ୍ପନ୍ନ ହୋଇପାରିବ । ଏହି ଅବସରରେ ରିୟଲ ମି-ପ୍ରୋ ସହିତ ମ୍ୟାକ୍ସ୍‌ ପାୱାର ଏବଂ ମ୍ୟାକ୍ସ ଷ୍ଟାଇଲ୍‌ର ବିକ୍ରି ଅକ୍ଟୋବର ମଧ୍ୟ ରାତ୍ରରୁ ଆରମ୍ଭ ହେବ । ସେହିପରି ଅକ୍ଟୋବର ୧୧ ମଧ୍ୟାହ୍ନ ୧୨ ଟା ଠାରୁ ରିୟଲ ମି ସି-୧ ବିକ୍ରି ଆରମ୍ଭ ହେବ। ଏହାର ମୂଲ୍ୟ ୬୯୯୯ଟଙ୍କା ରହିଛି । ଅକ୍ଟୋବର ୧୧ ମଧ୍ୟ ରାତ୍ରରୁ ରିୟଲ ମି ୨ ସହିତ ଡାଇମଣ୍ଡ୍‌ ବ୍ଲୁର ବିକ୍ରି ଆରମ୍ଭ ହେବ । ଏହି ସ୍ମାର୍ଟଫୋନ୍‌ ଗୁଡ଼ିକରେ ନଚ୍‌ ଫୁଲ୍‌ ଡିସପ୍ଲେ, ଡୁଆଲ୍‌ କ୍ୟାମେରା ଦୀର୍ଘ ବ୍ୟାଟେରୀ ଲାଇଫ୍‌ ଆଦି ବୈଶିଷ୍ଟ୍ୟ ରହିଛି । ରିୟଲ ମି- ସି-୧ରେ ୪୨୩୦ ଏମଏଏଚ୍‌ ବ୍ୟାଟେରୀ, ସ୍ନାପ୍‌ ଡ୍ରାଗନ୍‌ ୪୫୦-ଅକ୍ଟା କୋର୍‌ ପ୍ରୋସେସର, ୬.୨ ଇଞ୍ଚ ସ୍କ୍ରିନ୍‌ ରହିଛି। ଏହାର ମୂଲ୍ୟ ୬୯୯୯ଟଙ୍କା ରହିଛି । ଏହା ଅକ୍ଟେବାର ମଧ୍ୟାହ୍ନ ୧୨ ଠାରୁ ବିକ୍ରି ହେବ । ରିୟଲ ମି-୨ରେ ଏଆଇ ଡୁଆଲ୍‌ କ୍ୟାମେରା, ଶକ୍ତିଶାଳୀ ୪୨୩୦ ଏମଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଉପରେ ୧୦ ପ୍ରତିଶତ ରିହାତି ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୮୦୯୧ ଟଙ୍କା ରହିଛି । ଏହାର ବିକ୍ରି (ଅକ୍ଟୋବର ୧୦ ମଧ୍ୟ ରାତ୍ର) ଅକ୍ଟୋବର ୧୧ରୁ ଆରମ୍ଭ ହେବ । ରିୟଲ ମି-୨ ପ୍ରୋ ୩ଟି ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି। ଏହାର ୪ ଜିବି ରାମ୍‌, ୬୪ ଜିବି ରମ୍‌ ରମୂଲ୍ୟ ୧୩,୯୯୦ ଟଙ୍କା ରହିଛି। ସେହିପରି ୬-ଜିବି ରାମ୍‌ ୬୪ ଜିବି ରମ୍‌ର ମୂଲ୍ୟ ୧୫,୯୯୦ ଟଙ୍କା ଏବଂ ୮ଜିବି ରାମ୍‌ ୧୨୮ ଜିବି ରମ୍‌ର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି। ଏଥିରେ ୬.୩ ଇଞ୍ଚ ସ୍କ୍ରିନ୍‌ ରହିଛି । ଏହା ବ୍ଲୁ ଓସିନ୍‌, ବ୍ଲାକ୍‌ ସି, ଆଇସ୍‌ ଲେକ୍‌ ରଙ୍ଗରେ ଉପଲବ୍ଧ ହେବ। ଏହାର ବିକ୍ରି (ଅକ୍ଟୋବର ୧୦ ମଧ୍ୟ ରାତ୍ର) ଅକ୍ଟୋବର ୧୧ରୁ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର