ଆସନ୍ତା କାଲି ମିଳିବ ରିଅଲ ମି-୧ର ସୋଲାର ରେଡ୍‌ ମଡେଲ

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଓପୋର ଅନଲାଇନ ବ୍ରାଣ୍ଡ ରିଅଲ ମି-୧ର ଏକ ନୂଆ ମଡେଲ ଆସନ୍ତା କାଲିଠାରୁ ଉପଲବ୍ଧ ହେବ । ଏହା ହେଉଛି ରିଅଲ ମି-୧ ସୋଲାର ରେଡ ଏଡିସନ । ଏହା ୪ ଜିବି ର‍୍ୟାମ ଓ ୬୪ ଜିବି ରମ ସହ ଆସୁଛି । ପୂର୍ବରୁ ୪ ଜିବି ର‍୍ୟାମ ଓ ୬୪ ଜିବି ରମ ବିଶିଷ୍ଟ ରିଅଲ ମି-୧ କେବଳ ମୁନ୍‌ ଲାଇଟ୍‌ ସିଲଭର୍‌,ଡାଇମଣ୍ଡ ବ୍ଳାକ୍‌ରେ ଉପଲବ୍ଧ ହେଉଥିଲା । ଏହା ଆସନ୍ତା କାଲି କେବଳ ଆମାଜନରେ ଉପଲବ୍ଧ ହେବ । କାରଣ ଓପୋର ରିଅଲ ମି ମଡେଲଟି କେବଳ ଆମାଜନ ମାଧ୍ୟମରେ ହିଁ ବିକ୍ରି ହୋଇଥାଏ । ଏହାର ମୂଲ୍ୟ ରହିଛି ୧୦,୯୯୦ ଟଙ୍କା । ରିୟଲ ମି-୧ର ସୋଲାର ରେଡ୍‌ ମଡେଲଟିର ସ୍କିନ୍‌ ବଡି ଅନୁପାତ ୮୫%, ୬ ଇଞ୍ଚ ସ୍କ୍ରିନ୍‌, ଫୁଲ୍‌ ଏଚ୍‌ଡି ପ୍ଲସ୍‌ ୧୦୮୦ ୨୧୬୦ ପିକ୍ସେଲ ରିଜୋଲ୍ୟୁସନ୍‌, ପ୍ରଭାବଶାଳୀ ଆନ୍‌ଟୁଟୁ ସ୍କୋର, ମେଡିଆଟେକ ହେଲିଓ ପି-୬୦ ନ୍ୟୁରୋ ପାଇଲଟ୍‌ ଜ୍ଞାନକୌଶଳ, ଡୁଆଲ୍‌ କୋର୍‌ ଏଆଇ ବୈଶିଷ୍ଟ୍ୟ ରହିଛି । ଏଥିରେ ୩୪୧୦ ଏମଏଏଚ୍‌ ବ୍ୟାଟେରୀ, ଆଇ ବ୍ୟାଟେରୀ ମ୍ୟାନେଜମେଣ୍ଟ, ଏଆଇ ପ୍ରୋସେସର୍‌ ରହିଛି। ଏହା ୨୯୬ ଫେସିଆଲ୍‌ ପଏଣ୍ଟ ୦.୧ ସେକେଣ୍ଡରେ ଚିହ୍ନଟ କରିପାରିଥାଏ । ଏହାର କଲର ଓଏସ୍‌ ୫.୦ ୟୁଆଇ ବେସଡ୍‌ ଏବଂ ଏହା ଆଣ୍ଡ୍ରଏଡ୍‌ ୮.୧ ଦ୍ୱାରା ପରିଚାଳିତ। ଏଥିରେ ଏଲଇଡି ଫ୍ଲାଶ୍‌ ସହିତ ୧୩ ଏମ୍‌ପି ପଛ କ୍ୟାମେରା, ୮ ଏମ୍‌ପି ସେଲଫି କ୍ୟାମେରା ତଥା ଏଆର୍‌ ଷ୍ଟ୍ରାଇକର ସୁବିଧା ରହିଛି । ଏଥିରେ ଫିଙ୍ଗରପ୍ରିଣ୍ଟ ସ୍କାନର ବଦଳରେ ଫେସ ଅନଲକ ସୁବିଧା ରହିଛି, ଯାହାକି ଏହି ମୂଲ୍ୟରେ ସ୍ମାର୍ଟଫୋନରେ ପ୍ରଥମ ।

ସମ୍ବନ୍ଧିତ ଖବର