୨୫୦ ଆଉଟ୍‌ଲେଟ୍‌ରେ ମିଳିବ ରିଅଲ୍‌ମି ସ୍ମାର୍ଟଫୋନ

ଭୁବନେଶ୍ବର: ସ୍ମାର୍ଟଫୋନ୍ ନିର୍ମାତା ରିଅଲ୍‌ମି ଏହାର ଅଫଲାଇନ୍ ବ୍ୟବସାୟକୁ ଏବେ ପ୍ରାଧାନ୍ୟ ଦେଉଛି। ଭୁବନେଶ୍ବରରେ ୪୦ଟି ଏବଂ ଓଡ଼ିଶାରେ ୧୮୦ଟି ମୁଖ୍ୟ ରିଅଲ୍ ସହଭାଗୀ (ମଲ୍ଟି ବ୍ରାଣ୍ଡ୍ ଆଉଟଲେଟ୍‌)ରେ ରିଅଲ୍‌ମି ଫୋନ୍ ଉପଲବ୍ଧ ହେଉଛି। ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନି ଭୁବନେଶ୍ବରରେ ୫୫ଟି ଏବଂ ଓଡ଼ିଶାରେ ୨୫୦ଟି ମଲ୍ଟି ବ୍ରାଣ୍ଡ୍ ଆଉଟ୍‌ଲେଟ୍‌ରେ ଏହାର ଉତ୍ପାଦକୁ ଉପଲବ୍ଧ କରାଇବା ଯୋଜନା ରଖିଛି। ଓଡ଼ିଶାରେ ଏବେ ଏହାର ୬ଟି ସର୍ଭିସ ସେଣ୍ଟର ରହିଥିବାବେଳେ ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ଅଧିକ ସର୍ଭିସ ସେଣ୍ଟର ଖୋଲିବା ଯୋଜନା ମଧ୍ୟ କମ୍ପାନିର ରହିଛି। ଭୁବନେଶ୍ବରଠାରେ ପାୱାର ଓ ଷ୍ଟାଇଲଯୁକ୍ତ ‌ସ୍ମାର୍ଟଫୋନ୍ ରିଅଲ୍‌ମି ୩ର ଉନ୍ମୋଚନ ଅବସରରେ କମ୍ପାନିର ଅଫଲାଇନ୍ ବିକ୍ରି ମୁଖ୍ୟ ଦୀପେଶ ପୁନାମିୟା ଏବଂ ପୂର୍ବ ଭାରତ ମୁଖ୍ୟ ତାରିଣୀ ଦାସ ଏହି ସୂଚନା ଦେଇଛନ୍ତି। ରିଅଲମି ୩ ସ୍ମାର୍ଟଫୋନରେ ଏଆଇ ମାଷ୍ଟର ମିଡିଆଟେକ୍ ହେଲିଓ ପି ୭୦ ପ୍ରୋସେସର, ୪୨୩୦ ମିଲିଆମ୍ପିଅର ବ୍ୟାଟେରି ରହିଛି। କମ୍ପାନି ଅତ୍ୟାଧୁନିକ ପ୍ରଯୁକ୍ତିଯୁକ୍ତ ‌‌ସ୍ମାର୍ଟଫୋନକୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଥିବାରୁ କମ୍ ସମୟ ମଧ୍ୟରେ ଏହା ଗ୍ରାହକଙ୍କ ଆଦୃତି ଲାଭ କରିଛି ବୋଲି ଅଧିକାରୀଦ୍ବୟ କହିଥିଲେ। ଏହି ଅବସରରେ କମ୍ପାନିର ଡିଷ୍ଟ୍ରିବ୍ୟୁଟର ସୁମିତ ଅଗ୍ରୱାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର