୩ ମିନିଟରେ ୩ଲକ୍ଷ ସ୍ମାର୍ଟଫୋନ ବିକ୍ରି କଲା ସାଓମି

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଭାରତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଚାଇନିଜ୍‌ କମ୍ପାନି ସାଓମିର ନୂଆ ସ୍ମାର୍ଟଫୋନ ରେଡମି ନୋଟ୍‌-୫ ଓ ନୋଟ୍‌-୫ ପ୍ରୋର ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି । ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଓ କମ୍ପାନିର ନିଜସ୍ୱ େଓ୍ଵବସାଇଟ୍‌ ଏମଆଇଡଟକମ୍‌ରେ ଏହି ଦୁଇଟି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହୋଇଛି । ତେବେ ବିକ୍ରି ଆରମ୍ଭ ହେବାର ମାତ୍ର ୩ ମିନିଟ୍‌ ମଧ୍ୟରେ ପ୍ରାୟ ୩ ଲକ୍ଷ ୟୁନିଟ୍‌ ଫୋନ ବିକ୍ରି ହୋଇଛି । ଏହା ସହିତ କମ୍ପାନି ନିଜର ରେକର୍ଡକୁ କାଟି ଦେଇଛି । ଗତ ବର୍ଷ କମ୍ପାନି ଲଞ୍ଚ୍‌ କରିଥିବା ରେଡମି ନୋଟ୍‌-୪ ଓ ରେଡମି-୪ ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ୫୦ ହଜାର ଫୋନ ବିକ୍ରି ହୋଇଥିଲା । ଭାରତୀୟ ସ୍ମାର୍ଟଫୋନ ବିକ୍ରି କ୍ଷେତ୍ରରେ ଆଜିର ବିକ୍ରି ଏକ ରେକର୍ଡ ବୋଲି କମ୍ପାନି ଦାବି କରିଛି । ଆସନ୍ତା ୨୮ ତାରିଖରେ ଏହି ଫୋନର ପୁଣି ବିକ୍ରି ଖୋଲିବ ।

ରେଡମି ନୋଟ-୫କୁ ରେଡମି ନୋଟ-୪ର ପରବର୍ତ୍ତି ମଡେଲ ବୋଲି କୁହାଯାଉଛି । ରେଡମି ନୋଟ-୫ର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ରେଡମି ନୋଟ-୫ ପ୍ରୋର ମୂଲ୍ୟ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ୩ଜିବି ର‍୍ୟାମ୍‌ ଭାରିଆଣ୍ଟର ମୂଲ୍ୟ ୯୯୯୯ ଟଙ୍କା ଓ ୪ ଜିବି ଭାରିଆଣ୍ଟର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି । ଅନ୍ୟପକ୍ଷରେ ରେଡମି ନୋଟ-୫ ପ୍ରୋ ୪ଜିବି ଓ ୬ଜିବି ର‍୍ୟାମ୍‌ ଭାରିଆଣ୍ଟରେ ଆସୁଛି । ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୩,୯୯୯ ଓ ୧୬,୯୯୯ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର