ଏୟାର ଇଣ୍ଡିଆରେ ଚାକିରି ସୁଯୋଗ: ଅଷ୍ଟମ ପାସ୍‌ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆବେଦକଙ୍କ ପାଇଁ ଖୁସି ଖବର। ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା କୌଣସି ପ୍ରାର୍ଥୀ ଏୟାର ଇଣ୍ଡିଆରେ ଖାଲି ଥିବା ପଦବି ଲାଗି ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି। ତେବେ ଆସନ୍ତୁ ଜାଣିବେ କିପରି କରିବେ ଏହି ପଦ ପାଇଁ ଆବେଦନ।

ସମ୍ପୂର୍ଣ୍ଣ ପଦ ସଂଖ୍ୟା: ୭୫
ପଦର ନାମ: ୟୁଟିଲିଟି ହେଡ୍‌ (୬୦ଟି ପଦବି)
ଡ୍ରାଇଭର: ୧୫ଟି ପଦବି
ବୟସ: ଏହି ପଦ ପାଇଁ ଆବେଦନ କରୁଥିବା ଆବେଦକଙ୍କ ବୟସ ସର୍ବନିମ୍ନ ୧୮ବର୍ଷରୁ ୫୫ବର୍ଷ

ଶିକ୍ଷାଗତ ଯୋଗ୍ୟତା:

ୟୁଟିଲିଟି ହେଡ ପଦବି ପାଇଁ ଆବେଦନ କରିବାକୁ ଚାହୁଁଥିବା ଆବେଦନକାରୀ କୌଣସି ମଞ୍ଜୁରୀପ୍ରାପ୍ତ ସଂସ୍ଥାରୁ ୧୦ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଡ୍ରାଇଭର ପଦବି ପାଇଁ ଆବେଦନ କରିବାକୁ ଚାହୁଁଥିବା ଆବେଦନକାରୀ କୌଣସି ମଞ୍ଜୁରୀ ପ୍ରାପ୍ତ ସଂସ୍ଥାରୁ ଅଷ୍ଟମ ଶ୍ରେଣୀ ପାସ୍‌ କରୁଥିବା ଜରୁରୀ ଅଟେ। ଏତଦ୍‌ବ୍ୟତୀତ ଭାରି ଯାନ ଚଳାଇବା ଲାଇସେନ୍ସ (ଏଚଏମବିଏଲ) ଥିବା ବି ଆବଶ୍ୟକ।

ଏହି ପଦବି ପାଇଁ ଆବେଦକଙ୍କୁ ଏୟାର ଇଣ୍ଡିଆ ଇଞ୍ଜିନିୟରିଙ୍ଗ ସିର୍ଭିସେସ୍‌ ଲିମିଟେଡ ନାମରେ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ୫୦୦ଟଙ୍କା ପୈଠ କରିବାକୁ ପଡ଼ିବ। ଏଥିରେ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ପାଇଁ କୌଣସି ଶୁଳ୍କ ନାହିଁ।

ଏହି ପଦ ପାଇଁ ଯେଉଁମାନେ ଚୟନ ହେବେ ସେମାନଙ୍କ ମାସିକ ବେତନ ୧୫,୪୧୮ଟଙ୍କାର ରହିବ। ଏହି ଆବେଦନ ପାଇଁ ଏୟାର ଇଣ୍ଡିଆର ଅଫିସିଆଲ େଓ୍ଵବସାଇଟରେ ଅନ୍‌ଲାଇନ୍‌ ଆବେଦନ ମଧ୍ୟ କରିହେବ । ଆବେଦକ ନିଜର ଆବଶ୍ୟକ ପରିଚୟ ପତ୍ର ଧରି ଇଣ୍ଟରଭ୍ୟୁ ପାଇଁ Air India, Air India Engineering Complex, HR Unit, APU Centre, NTA (New Technical Area), Dum Dum, Kolkata-୭୦୦୦୫୨ ପହଞ୍ଚିବେ।

ଏହି ପଦବି ପାଇଁ ଅକ୍ଟୋବର ୩୦ ତାରିଖରେ ସାକ୍ଷାତକାର ଅନୁଷ୍ଠିତ ହେଉଛି । ଏ ସଂପର୍କିତ ଅଧିକ ସୂଚନା https://goo.gl/Qi32hr ରୁ ମିଳିପାରିବ।

ସମ୍ବନ୍ଧିତ ଖବର