କର୍ମଚାରୀଙ୍କ ସହ ସମ୍ପର୍କ ସିଇଓଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅତୀତରେ ଜଣେ କର୍ମଚାରୀଙ୍କ ସହ ସହମତି ଭିତ୍ତିରେ ସମ୍ପର୍କ ରଖିଥିବା ୫୮ ବର୍ଷୀୟ ଇଣ୍ଟେଲ୍‌ର ସିଇଓ ବ୍ରାଏନ୍‌ କ୍ରାଚିନ୍‌ଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାର ତଦନ୍ତ ଆରମ୍ଭ ହେବା ପରେ ସେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତାଙ୍କ ସ୍ଥାନରେ କଂପାନିର ମୁଖ୍ୟ ବିତ୍ତ ଅଧିକାରୀ ବବ୍‌ ସ୍ୱାନ୍‌ଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ବ୍ରାଏନ୍‌ଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କର୍ମଚାରୀଙ୍କ ସହିତ ସମ୍ପର୍କ ରଖିବା ଇଣ୍ଟେଲ୍‌ କଂପାନିର ନୀତି ବିରୋଧୀ। ସେଥିପାଇଁ ବ୍ରାଏନ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ୨୦୧୩ ମେ’ରେ ତାଙ୍କୁ ଇଣ୍ଟେଲ୍‌ର ସିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର