ଚହଳ ପକାଇବ ରିଲାଏନ୍ସ ଡିଜିଟାଲ ଟିଭି, ବର୍ଷେ ପାଇଁ ସବୁ ଚ୍ୟାନେଲ ମାଗଣା

ମୁମ୍ବାଇ: ଟେଲିକମ କ୍ଷେତ୍ରରେ ମାଗଣା ଜିଓ ସେବା ଆରମ୍ଭ କରି ଚହଳ ସୃଷ୍ଟି କରିଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନି । ଏବେ ତାଙ୍କର ସାନ ଭାଇ ଅନୀଲ ଅମ୍ବାନି ଡିଟିଏଚ କ୍ଷେତ୍ରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରିଛନ୍ତି । ଅନୀଲଙ୍କ ରିଲାଏନ୍ସ ବିଗ୍‌ ଟିଭି ୧୩୦ କୋଟି ଭାରତୀୟଙ୍କ ମନୋରଂଜନ ପାଇଁ ମାଗଣାରେ ଏଚ୍‌ଡି କ୍ୱାଲିଟି ଚ୍ୟାନେଲ୍‌ ଦେଖିବାର ସୁବିଧା ଆଣିଦେଇଛି । ରିଲାଏନ୍ସ ବିଗ୍‌ ଟିଭି ଉଭୟ ୫୦୦ରୁ ଉଦ୍ଧ୍ଵର୍ ଫ୍ରି-ଟୁ-ଏୟାର ଚ୍ୟାନେଲ୍‌ମାନଙ୍କୁ ୫ ବର୍ଷ ପାଇଁ ଓ ପେ ଚ୍ୟାନେଲ୍‌ମାନଙ୍କୁ ୧ବର୍ଷ ପାଇଁ ମାଗଣାରେ ସେବା ଯୋଗାଇ ଦେବ। ଏହା ସୁଲଭ ମୂଲ୍ୟରେ ଏଚ୍‌ଡି ଏଚ୍‌ଇଭିସି ସେଟ୍‌-ଅପ୍‌ ବକ୍ସ ଯୋଗାଇ ଦେଇ ସଭିଙ୍କୁ ମନୋରଂଜନ ପ୍ରଦାନ କରୁଛି।

ଏହି ଏଚ୍‌ଡି ଏଚ୍‌ଇଭିସି ସେଟ୍‌-ଅପ୍‌ ବକ୍ସ ରେକଡିଂ, ୟୁଏସ୍‌ବି ପୋର୍ଟ, ୟୁଟ୍ୟୁବ୍‌, ଏକାସଙ୍ଗେ ରେକର୍ଡିଂ ଓ ଚ୍ୟାନେଲ୍‌ ଦେଖିବା ଆଦି ବୈଶିଷ୍ଟ୍ୟ ପ୍ରଦାନ କରୁଛି। ଏହାର ପ୍ରି-ବୁକିଂ ମାର୍ଚ୍ଚ ୧ରେ ରିଲାଏନ୍ସ ବିଗ୍‌ ଟିଭି ୱେବ୍‌ସାଇଟ୍‌ ରେ ସକାଳ ୧୦ ଟାରୁ ଖୋଲାଯିବ, ଯାହାର ମୂଲ୍ୟ ରହିଛି ଟ.୪୯୯/-। ସେଟ୍‌ ଅପ୍‌ ବକ୍ସ ରିସିପ୍ଟ ଓ ଆଉଟ୍‌ ଡୋର୍‌ ୟୁନିଟ୍‌ରେ ୧୫୦୦ ଟଙ୍କା ପ୍ରଦାନ କରି ଗ୍ରାହକମାନେ ୧ ବର୍ଷ ପାଇଁ ଏଚ୍‌ଡି ଚ୍ୟାନେଲ୍‌ ଓ ୫୦୦ଟି ଏଫ୍‌ଟିଏ ଚ୍ୟାନେଲ୍‌ ମାଗଣାରେ ୫ ବର୍ଷ ପାଇଁ ପାଇପାରିବେ । ଗ୍ରାହକମାନଙ୍କୁ ଦ୍ୱିତୀୟ ବର୍ଷରୁ ପେ ଚ୍ୟାନେଲ୍‌ଗୁଡ଼ିକ ପାଇଁ ୩୦୦ ଟଙ୍କା ଦେବାକୁ ହେବ। କ୍ରମାଗତ ଭାବେ ଦୁଇ ବର୍ଷ ପେ ଚ୍ୟାନେଲ୍‌ମାନଙ୍କ ପାଇଁ ଦେୟ ପ୍ରଦାନ କରି ଆପଣ ୧୯୯୯ ଟଙ୍କା (ବୁକିଂ ଓ ସେଟ୍‌ ଅପ୍‌ ବକ୍ସ ରିସିପ୍ଟରେ ଦେଇଥିବା ମୂଲ୍ୟ) ରିଚାର୍ଜ ଆକାରରେ ଫେରି ପାଇବେ ।

ସମ୍ବନ୍ଧିତ ଖବର