ରିଲାଏନ୍ସ ଜୁଏଲ୍ସର ଭାଲେଣ୍ଟାଇନ୍ସ କଲେକ୍ସନ୍ ‘ବିଲଭଡ୍’

ଭୁବନେଶ୍ୱର: ଭାଲେଟାଂଇନ୍ସ ଡେ’ ଅବସରରେ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ନୂଆ ‘ବିଲଭଡ୍’ କଲେକ୍ସନକୁ ଉନ୍ମୋଚନ କରାଯାଇଛି । ପାରମ୍ପରିକ ଲାଲ ରଙ୍ଗ ଓ ହୃଦୟ ଆକୃତିର ଗହଣା ବଦଳରେ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ବିଲଭଡ୍ କଲେକ୍ସନରେ ଭାଲେଣ୍ଟାଇନ୍ସ ଡେ’ରେ ଗୁରୁତ୍ୱ ରଖୁଥିବା ବାର୍ତା ଓ ଭାବାବେଗ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି କଲେକ୍ସନରେ ରହିଛି ହୀରା ପେଣ୍ଡେଣ୍ଟ୍ ସେଟ, ଇୟର ରିଙ୍ଗ୍ ଏବଂ ରିଙ୍ଗ୍ ଯାହାକୁ ସ୍ୱତନ୍ତ୍ର ମୁହୂର୍ତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଓ ଏହାର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଏହି କଲେକ୍ସନ ସାରା ଦେଶରେ ଥିବା ରିଲାଏନ୍ସ ଜୁଏଲସର ଫ୍ଲାଗସିପ୍ ସୋ’ରୁମ ଗୁଡ଼ିକରେ ଉପଲବ୍ଧ ହେବ। ସୋରୁମରେ ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ବୋଲି ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର