ଓଡ଼ିଶାରେ ବଢ଼ୁଛି ୪ଜି ଡିଜିଟାଲ୍ ସେବାର ଆଦୃତି, ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଯୋଡିଛି ୩ ଲକ୍ଷରୁ ଅଧିକ ଗ୍ରାହକ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡିଶାରେ ନୂତନ ଗ୍ରାହକ ସୃଷ୍ଟି କରିବା କ୍ଷେତ୍ରରେ ରିଲାଏନ୍ସ ଜିଓ କ୍ରମାଗତ ଭାବେ ଅଗ୍ରଣୀ ରହିଥିବା ବେଳେ ୨୦୧୯ ଏପ୍ରିଲରେ ମୋଟ ୩.୦୩ ଲକ୍ଷ ନୂତନ ଗ୍ରାହକଙ୍କୁ ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କରେ ସାମିଲ କରି ପୁଣି ଥରେ ଏହା ମୋଟ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ବୋଲି ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ( ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ଏହାର ସଦ୍ୟତମ ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି । ୨୦୧୯ ଏପ୍ରିଲ ଟ୍ରାଇ ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଏହି ସମୟରେ ମୋଟ ୩.୦୩ ଲକ୍ଷ ନୂତନ ଗ୍ରାହକ ସଂଯୋଗ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏସ୍ଏନ୍ଏଲ୍ ମାତ୍ର ୧୨,୧୦୦ ଗ୍ରାହକ ସାମିଲ କରିପାରିଛି । ଏହି ମାସରେ ଅନ୍ୟାନ୍ୟ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାମାନେ ଲକ୍ଷାଧିକ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାର ଗ୍ରାହକ ସଂଖ୍ୟାରେ ୩.୪୭ ଲକ୍ଷ ହ୍ରାସ ଘଟିବା ସହିତ ଏବେ ମୋଟ ଗ୍ରାହକ ସଂଖ୍ୟା ୩.୨୩ କୋଟିରେ ପହଞ୍ଚିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଜିଓ ଗ୍ରାହକମାନଙ୍କ ଅତି ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ଓଡ଼ିଶାରେ ଏପ୍ରିଲ ମାସରେ ସର୍ବାଧିକ ଗ୍ରାହକ ଯୋଡିପାରିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଭୋଡାଫୋନ୍ ଆଇଡିଆ ସର୍ବାଧିକ ୪.୩୧ ଲକ୍ଷ ଗ୍ରାହକ ହରାଇଛି। ଏହାପଛକୁ ଭାରତୀ ଏୟାରଟେଲ ୧.୨୬ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍ ୧.୦୫ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।  । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସର୍ବାଧିକ ଲୋକପ୍ରିୟ ଏବଂ ସୁଲଭ ମୂଲ୍ୟରେ ମିଳୁଥିବା ଜିଓ ଫୋନ- ଇଣ୍ଡିଆ କା ସ୍ମାର୍ଟଫୋନ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରିବା ସହିତ ନିଜର ସମ୍ପୂର୍ଣ୍ଣ ୪ଜି ନେଟଓ୍ୱର୍କ ଓ ୪ଜି ନେଟଓ୍ୱର୍କର ଦ୍ରୁତ ସଂପ୍ରସାରଣ ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ସେବା ଉପଲବ୍ଧ କରି ଓଡ଼ିଶାରେ କ୍ରମାଗତ ଭାବେ ଏବଂ ପ୍ରତି ମାସରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରି ଚାଲିଛି ।

ସମ୍ବନ୍ଧିତ ଖବର