ରିଲାଏନ୍‌ସ ଜିଓର କ୍ୟାସ୍‌ବ୍ୟାକ୍‌ ଅଫର

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ମୋବାଇଲ କଂପାନି ରିଲାଏନ୍‌ସ ଜିଓ ପକ୍ଷରୁ ୩୩୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ଅଫର ପ୍ରଦାନ କରାଯାଉଛି। ଗ୍ରାହକମାନେ ଜାନୁଆରି ୧୫ ପର୍ଯ୍ୟନ୍ତ ୩୯୯ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ କରି ଏହି କ୍ୟାସ୍‌ବ୍ୟାକ୍‌ ସୁବିଧା ପାଇପାରିବେ। ଏଥିରେ ଗ୍ରାହକମାନେ ୪୦୦ ଟଙ୍କାର ମାଇଁଜିଓ କ୍ୟାସ୍‌ବ୍ୟାକ୍‌, ଓ୍ଵାଲେଟ୍‌ରେ ତତ୍କାଳ ୩୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଏବଂ ବିଭିନ୍ନ ଇ-କମର୍ସ ସଂସ୍ଥାର ୨୬୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଭାଉଚର୍‌ ପାଇପାରିବେ। ଚଳିତ ବର୍ଷ ଡିସେମ୍ବର ୨୬ରୁ ୨୦୧୮ ଜାନୁଆରି ୧୫ ଭିତରେ ହେବାକୁ ଥିବା ରିଚାର୍ଜ ଉପରେ ଏହି ସୁବିଧା ମିଳିବ। ଅଧିକ ଡାଟା ଦେବା ପାଇଁ ଗତ ସପ୍ତାହରେ କଂପାନି ପକ୍ଷରୁ ହାପି ନିଉ ଇୟର ସ୍କିମ୍‌ରେ ୧୯୯ ଟଙ୍କିଆ ଏବଂ ୨୯୯ ଟଙ୍କିଆ ଭଳି ଦୁଇଟି ଅଫର ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର