ଜିଓ ପ୍ରଭାବ: ଏୟାରଟେଲ୍‌ ବ୍ୟବହାରକାରୀଙ୍କୁ ଦେଉଛି ୧୦୦୦ଜିବି ଏକ୍ସଟ୍ରା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଫାଇବରର ଘୋଷଣା ହୋଇସାରିଛି। ଏହି କ୍ରମରେ ଭାରତର ବଡ଼ ଟେଲିକମ୍‌ କମ୍ପାନି ଏବେ ବ୍ରୋଡବ୍ୟାଣ୍ଡରେ ପରିବର୍ତ୍ତନ କରିବାକୁ ଯାଉଛି। କିଛିଦିନ ପୂର୍ବରୁ ଏୟାରଟେଲ ନିଜ ପ୍ଲାନ୍‌ରେ ପରିବର୍ତ୍ତନ କରିଥିଲା। ଏବେ କମ୍ପାନି ଏହି ପ୍ଲାନ୍‌ ଜରିଆରେ ୧୦୦୦ଜିବି ଏକ୍ସଟ୍ରା ଡାଟା ଦେଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏୟାରଟେଲର ସର୍ବମୋଟ ଚାରିଟି ବ୍ରୋଡବ୍ୟାଣ୍ଡ ପ୍ଲାନ୍‌ ରହିଛି। ଯାହାର ଆରମ୍ଭ ୭୯୯ଟଙ୍କାରୁ ହୋଇଥାଏ। ଏହାପରେ ୧,୦୯୯ ଟଙ୍କାର ପ୍ଲାନ୍‌, ୧,୫୯୯ଟଙ୍କାର ପ୍ଲାନ୍‌ ଓ ଶେଷରେ ୧,୯୯୯ଟଙ୍କାର ପ୍ଲାନ୍‌ ରହିଛି। ଏହି ସମସ୍ତ ପ୍ଲାନ୍‌ ମାସିକିଆ ରହିଛି।

୧,୯୯୯ଟଙ୍କାର ଭିଆଇପି ପ୍ଲାନ୍‌ ଜରିଆରେ ବ୍ୟବହାରକାରୀଙ୍କୁ ଅସୀମିତ ଡାଟା ମିଳିଥାଏ। ଏଥିପାଇଁ ଏହି ପ୍ଲାନ୍‌ରେ ଏହି ଅଫର ନାହିଁ। କିନ୍ତୁ ଏତଦ୍‌ ବ୍ୟତୀତ ତିନିଟି ପ୍ଲାନ୍‌ ରହିିଛି। ଏଥିରେ ଅସୀମିତ ଡାଟା ମିଳିବ ନାହିଁ ଓ ଏହା ଏଫ୍‌ୟୁପି ରହିଛି। ଏହି ପ୍ଲାନ୍‌ ସହିତ କମ୍ପାନି ଆଡିସ୍‌ନାଲ୍‌ ଡାଟା ବି ଦେଉଛି।

ଏୟାରଟେଲ ଭି ଫାଇବରକୁ ଆଗାମୀ ସମୟରେ ରିଲାଏନ୍ସ ଜିଓ ଫାଇବରକୁ କଡ଼ା ଟକ୍କର ଦେବ। କମ୍ପାନି ଏହି ଭି ଫାଇବର ଜରିଆରେ ବେସିକ୍‌ ପ୍ଲାନ୍‌ ୭୯୯ଟଙ୍କାରେ ମିଳୁଛି। ଏବଂ ଏହା ଜରିଆରେ ଗ୍ରାହକଙ୍କୁ ୧୦୦ଜିବି ଡାଟା ବି ମିଳିବ। ଏହି ଅଫର ଜରିଆରେ ଏଥିରେ ୨୦୦ଜିବି ଏକ୍ସଟ୍ରା ଡାଟା ମିଳିବ। ସେହିପରି ଏୟାରଟେଲ ଭି ଫାଇବରର ଦ୍ୱିତୀୟ ପ୍ଲାନ୍‌ର ମୂଲ୍ୟ ୧,୦୯୯ ଟଙ୍କା ରହିଛି। ଏହି ପ୍ଲାନ୍‌ରେ ବ୍ୟବହାରକାରୀ ୫୦୦ଜିବି ଅତିରିକ୍ତ ଡାଟା ମିଳିବ। ସେହିପରି ୧୫୦୦ଟଙ୍କା ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୧୦୦୦ଜିବି ଅତିରିକ୍ତ ଡାଟା ଦିଆଯିବ।

ସମ୍ବନ୍ଧିତ ଖବର