ନୂଆଦିଲ୍ଲୀ: ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ଭଲ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଅଗଷ୍ଟ ୨୦୧୯ ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ପ୍ରଥମ ସ୍ଥାନରେ ରହିଛି | ଅଗଷ୍ଟ ମାସରେ ଜିଓ ସେକେଣ୍ଡ ପ୍ରତି ହାରାହାରି ୨୧.୩ ମେଗାଵିଟ (ଏମବିପିଏସ) ଡାଉନଲୋଡ଼ ସ୍ପିଡ଼ ହାସଲ କରିବା ସହିତ ଜୁଲାଇ ମାସରେ ରହିଥିବା ଏହାର ହାରାହାରି ଡାଉନଲୋଡ଼ ବେଗ ୨୧ ଏମବିପିଏସ ତୁଳନାରେ ଉନ୍ନତି ଆଣିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି |
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ରହିଥିଲା | ଚଳିତ ବର୍ଷ ମଧ୍ୟ ବିଗତ ଆଠ ମାସରେ ଦ୍ରୁତତମ ଡାଉନଲୋଡ଼ ସ୍ପିଡ଼ ସହିତ ଜିଓ ସର୍ବାଗ୍ରେ ରହିଛି |
/sambad/media/post_attachments/wp-content/uploads/2018/09/jio-1536053214.jpg)
ଅଗଷ୍ଟ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତି ହାରାହାରି ୮.୨ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ହାସଲ କରିଥିବା ବେଳେ ଏହା ଜୁଲାଇ ମାସର ୮.୮ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ତୁଳନାରେ ହ୍ରାସ ପାଇଛି | ସେହିଭଳି ଭୋଡାଫୋନ ଅଗଷ୍ଟ ମାସରେ ସେକେଣ୍ଡ ପ୍ରତି ହାରାହାରି ୭.୭ ମେଗାଵିଟ ଏବଂ ଆଇଡ଼ିଆ ୬.୧ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ହାସଲ କରିଥିବା ଏହି ସ୍ପିଡ଼ ଚାର୍ଟରେ ପ୍ରକାଶ ପାଇଛି | ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ ବେଶ ଗୁରୁତ୍ୱ ବହନ କରିଥାଏ |
ତେବେ ଅଗଷ୍ଟ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଭୋଡାଫୋନ ସେକେଣ୍ଡ ପ୍ରତି ହାରାହାରି ୫.୫ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଏହା ଜୁଲାଇ ମାସର ୫.୮ ମେଗାଵିଟ ଅପଲୋଡ ସ୍ପିଡ଼ ତୁଳନାରେ ହ୍ରାସ ପାଇଛି | ଅନ୍ୟ ମାନଙ୍କ ମଧ୍ୟରେ ଅଗଷ୍ଟ ମାସରେ ଏୟାରଟେଲ ୫.୧ ଏମବିପିଏସ, ଜିଓ ୪.୪ ଏମବିପିଏସ ଓ ଆଇଡ଼ିଆ ୩.୧ ଏମବିପିଏସ ଅପଲୋଡ ସ୍ପିଡ଼ ହାସଲ କରିଥିବା ପ୍ରକାଶ ପାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/jio_head_1494395260.jpg)