ମାଗଣାରେ ଜିଓ ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଟେଲିକମ୍‌ ସେକ୍ଟରରେ ପ୍ରବେଶ କରିବା ପରେ ନୂତନ ନୂତନ ଅଫର ଗ୍ରାହକଙ୍କୁ ପ୍ରଦାନ କରିବାରେ ଲାଗିଛି। ତେବେ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ୍‌ ଦେବା ସହିତ କମ୍ପାନି ପୁଣିଥରେ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି। ଏହି ନୂତନ ସେବାକୁ ରିଲାଏନ୍ସ ଜିଓ ଚୁପ୍‌ଚାପ୍‌ ଲଞ୍ଚ କରିଛି ବୋଲି ସୂଚନା ମିଳିଛି।

ରିଲାଏନ୍ସ ଜିଓ ଜିଓଟିଭିର ଲାଇବ୍‌ ଷ୍ଟ୍ରିମିଂ ସର୍ଭିସ୍‌ର େଓ୍ଵବ୍‌ ଭର୍ସନ୍‌ ଲଞ୍ଚ କରିଛି। ଏହି ସୁବିଧା ଜରିଆରେ

ଜିଓ ବ୍ୟବହାରକାରୀ ଓ୍ଵବ୍‌ ବ୍ରାଉଜର ମାଧ୍ୟମରେ ସମସ୍ତ ଲାଇବ୍‌ ଟିଭି ସୋ’ ଦେଖି ପାରିବେ। ଜିଓ ଟିଭିର େଓ୍ଵବ୍‌ ଭର୍ସନ୍‌ର ଚାହିଦା ଅନେକ ଦିନ ହେବ ଜାରି ରହିଥିଲା।

ବ୍ୟବହାରକାରୀଙ୍କ ଏହି ଚାହିଦାକୁ ପୁରଣ କରିବା ପାଇଁ ଜିଓ ଟିଭିର େଓ୍ଵବ୍‌ ଭର୍ସନ୍‌ ଲଞ୍ଚ କରାଯାଇଛି। ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ କୌଣସି ବି ବ୍ରାଉଜରରୁ https://jiotv.com/ ଲଗ୍‌ଇନ୍‌ କରି ଜିଓ ମଜା ନେଇ ପାରିବେ। ଜିଓ ଟିଭିର େଓ୍ଵବ୍‌ ଭର୍ସନ୍‌ରେ ବ୍ୟବହାରକାରୀଙ୍କୁ ଜିଓ ଟିଭି ଆପ୍‌ରେ ଥିବା ସମସ୍ତ କନ୍‌ଟେଣ୍ଟ ଓ ଟିଭି ଚାନେଲ ମିଳିଯିବ। ଏହାର ଫାଇଦା କେବଳ ଜିଓ ବ୍ୟବହାରକାରୀଙ୍କୁ ହିଁ ମିଳିବ।

ଜିଓ ଟିଭିରେ ଏଣ୍ଟରଟେନ୍‌ମେଣ୍ଟ, ସିନେମା, ନ୍ୟୁଜ ଓ ସ୍ପୋର୍ଟସ ସମସ୍ତ ଚାନେଲ ସାମିଲ ରହିଛି। ଏଥିରେ ଏଚଡି ଚାନେଲର ଫିଲ୍ଟର କରିବାର ଅପସନ୍‌ ବି ରହିବ। ଜିଓ ଟିଭିର େଓ୍ଵବ ଭର୍ସନ୍‌ରେ ଆପଣଙ୍କ ପସନ୍ଦର ଭାଷାକୁ ବି ଚୟନ କରିପାରିବେ। ଏହାର କ୍ୟାଚ-ଅପ୍‌ ଫିଚର ଜରିଆରେ ଆପଣ ଗତ ସାତ ଦିନର କନ୍‌ଟେଣ୍ଟ ବି ଦେଖି ପାରିବେ। େଓ୍ଵବ୍‌ରେ ଜିଓଟିଭି କିମ୍ବା ଜିଓସିନେମା ପାଇଁ ଆପଣଙ୍କୁ jiotv.com କିମ୍ବା jiocinema.com ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଏଥିପାଇଁ ଏକ ବୈଧ ୟୁଜର ଆଇଡି ଓ ପାସ୍‌ଓ୍ଵାର୍ଡର ଆବଶ୍ୟକତା ପଡ଼ିବ। େଓ୍ଵବ୍‌ ଭର୍ସନ୍‌କୁ ଅପଣାଇବା ପାଇଁ ଆପଣଙ୍କ ପାଖରେ ଜିଓ ମୋବାଇଲ ନେଟ୍‌ଓ୍ଵାର୍କ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର