ଜିଓର ନୂଆ ପ୍ଲାନ୍‌, ପ୍ରତିଦିନ ମିଳିବ ୫ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଜିଓଲିଙ୍କ୍‌ ବ୍ୟବହାରକାରୀଙ୍କ ପାଇଁ ତିନିଟି ନୂଆ ପ୍ଲାନ୍‌ ଆରମ୍ଭ କରିଛି। ଏହି ପ୍ଲାନ୍‌ର ଆରମ୍ଭ ୬୯୯ଟଙ୍କାରୁ ହୋଇଛି। ଜିଓ ଲିଙ୍କ୍‌ ଏକ ୪ଜି ଓ୍ଵାଇ-ଫାଇ ହ୍ଵାଟସ୍‌ ଆପ୍‌ ସର୍ଭିସ୍‌ ଅଟେ। ଯାହା ଏବେ ବି ପରୀକ୍ଷଣରେ ରହିଛି ଏବଂ ଦେଶରେ କିଛି ସ୍ଥାନରେ ଉପଲବ୍ଧ ହୋଇଛି।

ଜିଓ ଲିଙ୍କର ରୁଟର ଭଳି ସର୍ଭିସ୍‌ ସିପିଇ ଡିଭାଇସ ଜରିଆରେ ବ୍ୟବହାରକାରୀ ଘରେ ହିଁ ଇନଷ୍ଟଲ କରି ପାରିବେ ଓ ଏକ ଓ୍ଵୟାରଲେସ୍‌ କନେକ୍ଟିଭିଟି ମିଳିବ। ଏହି ସଂଯୋଗ ସେଟଲାଇଟ ଡିସ୍‌ ଟେଲିଭିଜନ୍‌ ସେଟ୍‌ଅପ୍‌ ଭଳି ହୋଇଥାଏ। କମ୍ପାନି ଅଫିସିଆଲ ଭାବେ ଏହାର ଆରମ୍ଭ କରି ନାହିଁ। ଏହି ସର୍ଭିସ୍‌ ଅଧିକାଂଶ ଦୋକାନ, ମଲ ଓ ଏଭଳି ସ୍ଥାନରେ ଉପଲବ୍ଧ ହେବ ଯେଉଁଠାରେ ଅଧିକ ଜନଗହଳି ରହିଛି।

କମ୍ପାନି ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପ୍ଲାନ୍‌ ମୁତାବକ, ୬୯୯ଟଙ୍କାରେ କମ୍ପାନି ଆପଣଙ୍କୁ ୨୮ଦିନ ପର୍ଯ୍ୟନ୍ତ ୧୪୦ଜିବି ଡାଟା ଦେବେ। ଯେଉଁଥିରେ ଆପଣ ପ୍ରତିଦିନ ୫ଜିବି ପର୍ଯ୍ୟନ୍ତ ଡାଟା ପାଇ ପାରିବେ। ଏଥିସହିତ ଆପଣ ଡବଲ ଧମାକା ଅଫର ଜରିଆରେ ୫୦୦ ଏମବି ଡାଟା ପ୍ରତିଦିନ ବ୍ୟବହାର କରି ପାରିବେ। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ, ଜିଓଲିଙ୍କ ସହିତ କୌଣସି ଭଏସ୍‌ ଓ ଏସ୍‌ଏମ୍‌ଏସ୍‌ ସର୍ଭିସ୍‌ ଯୋଡ଼ି ହୋଇନାହିଁ।

ସମ୍ବନ୍ଧିତ ଖବର