ଜିଓକୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ ଆଣିଲା ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ସର୍ଭିସ, ଡାଟା ସ୍ପିଡ୍‌ ରହିବ ୧୦୦ଏମ୍‌ବିପିଏସ୍‌

ନୂଆଦିଲ୍ଲୀ : ଜିଓ ଗିଗା ଫାଇବରକୁ ଟକ୍କର ଦେବା ପାଇଁ ଏବେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସଏନଏଲ୍‌) ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ ଲଞ୍ଚ କରିବାକୁ ଯାଉଛି । ଶୁକ୍ରବାର ଏ ନେଇ ବିଏସ୍‌ଏନ୍‌ଏଲ୍‌ ତରଫରୁ ଘୋଷଣା କରାଯାଇଥିବା ବେଳେ ବ୍ରଡ୍‌ବ୍ୟାଣ୍ଡର ନାଁ ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ରହିବ ବୋଲି ଜଣାପଡ଼ିଛି । ଏହା ସହ ଏହାର ଡାଟା ସ୍ପଡ୍‌ ୧୦୦ଏମ୍‌ବିପିଏସ୍‌ ରହିବ ବୋଲି ବିଏସ୍‌ଏନ୍‌ଏଲ୍‌ ତରଫରୁ କୁହାଯାଇଛି । ଆପଣଙ୍କୁ ଓଏନ୍‌ଟି ଇନ୍‌ଷ୍ଟଲେସନ ପାଇଁ ପ୍ରଥମେ ୫୦୦(ରିଫଣ୍ଡେବଲ)ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ କରିବାକୁ ପଡ଼ିବ । ପ୍ରତି ମାସରେ ବିଏସ୍‌ଏନ୍‌ଏଲ୍‌କୁ ୫୦ଟଙ୍କା ଓଏନ୍‌ଟି ମାସିକ ଭଡ଼ା ଦେବାକୁ ପଡ଼ିବ ।

KeralaTelecom.info

ସୂଚନା ମୁତାବକ, ୭୭୭ଟଙ୍କାରୁ ବିଏସ୍‌ଏନ୍‌ଏଲ୍‌ ବ୍ରଡ୍‌ବ୍ୟାଣ୍ଡର ମାସିକ ପ୍ଲାନ୍‌ ଆରମ୍ଭ ହେଉଛି । ୭୭୭ଟଙ୍କାର ପ୍ଲାନ୍‌ ରିଚାର୍ଜ କଲେ ୫୦୦ଜିବି ପର୍ଯ୍ୟନ୍ତ ୫୦ଏମ୍‌ବିପିଏସ୍‌ ଡ଼ାଟା ସ୍ପିଡ୍‌ ରହିବା ସହ ୫୦୦ଜିବି ସରିବା ପରେ ଡ଼ାଟା ସ୍ପିଡ୍‌ ୨ଏମ୍‌ବିପିଏସ୍‌ ହୋଇଯିବ । ସେହି ଭଳି ଭାବରେ ୧,୨୭୭ ରିଚାର୍ଜ କଲେ ୭୫୦ଜିବି ପର୍ଯ୍ୟନ୍ତ ଡ଼ାଟା ସ୍ପିଡ୍‌ ୧୦୦ଏମ୍‌ବିପିଏସ୍‌ ରହିବ ଏବଂ ୭୫୦ଜିବି ସରିବା ପରେ ଡ଼ାଟା ସ୍ପିଡ଼୍‍ ୨ଏମ୍‌ବିପିଏସ୍‌ ହୋଇଯିବ । ଏହି ବ୍ରଡ୍‌ବ୍ୟାଣ୍ଡର ୧୬,୯୯୯ଟଙ୍କାର ସବୁଠାରୁ ମହଙ୍ଗା ଡାଟା ପ୍ଲାନ୍‌ ରହିଛି । ୧୬,୯୯୯ଟଙ୍କା ରିଚାର୍ଜ କଲେ ୩,୫୦୦ଜିବି ପର୍ଯ୍ୟନ୍ତ ୧୦୦ଏମ୍‌ବିପିଏସ୍‌ ଡ଼ାଟା ସ୍ପିଡ୍‌ ରହିବା ସହ କୋଟା ପୂରା ହେବା ପରେ ଡାଟା ସ୍ପିଡ୍‌ ୧୦ଏମ୍‌ବିପିଏସ୍‌ ହୋଇଯିବ । ଶନିବାର ଅଧିକାରୀକ ଭାବରେ ଏହି ବ୍ରଡ୍‌ବ୍ୟାଣ୍ଡକୁ ଲଞ୍ଚ କରାଯିବା ପରେ ବ୍ରଡ୍‌ବ୍ୟାଣ୍ଡ ଡାଟା ପ୍ରାଇସ୍‌କୁ ଆହୁରି କମାଇ ଦିଆଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର