ରିଲାଏନ୍ସର ନିଟ୍ ଲାଭ ୧୦,୩୬୨ କୋଟି

ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ରେକର୍ଡ ୧୦,୩୬୨ କୋଟି ଟଙ୍କାର ନିଟ୍ ଲାଭ କରିଛି। ପୂର୍ବ ବର୍ଷର ଚତୁର୍ଥ ତ୍ରୟମାସ ତୁଳନାରେ ଏହା ୯.୮ ପ୍ରତିଶତ ଅଧିକ। ଦେଶରେ ଯେକୌଣସି ଘରୋଇ କମ୍ପାନି ମଧ୍ୟରେ ରିଲାଏନ୍ସର ଏହି ଲାଭ ସର୍ବାଧିକ। ରିଟେଲ ଏବଂ ଟେଲିକମ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ କମ୍ପାନିକୁ ଏହି ସଫଳତା ମିଳିଛି। ୨୦୧୯ ଜାନୁଆରି-ମାର୍ଚ ମଧ୍ୟରେ କମ୍ପାନିର ରାଜସ୍ବ ପରିମାଣ ୧୯.୪% ବୃଦ୍ଧି ଘଟି ୧,୫୪,୧୧୦ କୋଟି ଟଙ୍କା ହୋଇଛି। କମ୍ପାନି ପକ୍ଷରୁ ଅଧିକ ରିଟେଲ ଷ୍ଟୋର ଖୋଲାଯାଇଥିବା ବେଳେ ଜିଓ ମୋବାଇଲ ଫୋନ ସେବାରେ ୨୬.୬ ନିୟୁତ ନୂଆ ଗ୍ରାହକ ସାମିଲ ହୋଇଛନ୍ତି। ୨୦୧୮-୧୯ରେ ରିଲାଏନ୍ସର ନିଟ୍ ଲାଭ ୩୯,୫୮୮ କୋଟି ଟଙ୍କା ଏବଂ ରାଜସ୍ବ ପରିମାଣ ୬,୨୨,୮୦୯ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର