ଡିସେମ୍ବର ଶେଷ ପର୍ଯ୍ୟନ୍ତ ରିଲାଏନ୍ସ ଗ୍ରାହକଙ୍କୁ ପୋର୍ଟିଂ ସୁଯୋଗ

ନୂଆଦିଲ୍ଲୀ: ଅନୀଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ ଏହାର ଭଏସ୍‌ କଲ୍‌ ସେବା ଆସନ୍ତା ଡିସେମ୍ବର ପହିଲାରୁ ବନ୍ଦ କରିବ। କିନ୍ତୁ ଏହାର ଗ୍ରାହକମାନେ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ଅନ୍ୟ କମ୍ପାନିର ନେଟଓ୍ଵାର୍କକୁ ଯାଇପାରିବେ ବୋଲି ଦୂରସଂଚାର କ୍ଷେତ୍ରର ନିୟାମକ ଟ୍ରାଇ ଆଜି ନିର୍ଦେଶ ଦେଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଗ୍ରାହକଙ୍କ ପୋର୍ଟିଂ ଆଉଟ୍‌ ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରିବା ଲାଗି ଟ୍ରାଇ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ ନିର୍ଦେଶ ଦେଇଛି। ସେହିଭଳି ରିଲାଏନ୍ସ ଗ୍ରାହକଙ୍କ ପୋର୍ଟିଂ ଅନୁରୋଧକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗ୍ରହଣ କିରବା ଲାଗି ଟ୍ରାଇ ଅନ୍ୟ କମ୍ପାନି ଗୁଡ଼ିକୁ ନିର୍ଦେଶ ଦେଇଛି। ସବୁ ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ନିର୍ଦେଶନାମାରେ ଟ୍ରାଇ ଉଲ୍ଲେଖ କରିଛି ଗତ ଅକ୍ଟୋବର ୩୧ ତାରିଖରେ ରିଲାଏନ୍ସ କମ୍ୟୁନିକେସନ୍ସ ଟ୍ରାଇକୁ ସେବା ବନ୍ଦ ନେଇ ଜଣାଇଥିଲା। ରିଲାଏନ୍ସ କମ୍ୟୁନିକେସନ୍ସ କେବଳ ୪ଜି ଡାଟା ସେବା ଯୋଗାଇବ। ଫଳରେ ଆସନ୍ତା ଡିସେମ୍ବର ପହିଲାରୁ ଏହାର ଭଏସ୍‌କଲ ସେବା ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର