ଜିଓକଏନ ବାହାର କରିବ ରିଲାଏନ୍ସ

0 1,503

ମୁମ୍ବାଇ : ଟେଲିକମ କ୍ଷେତ୍ରରେ ଚହଳ ପକାଇବା ପରେ ଆଉ ଏକ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି ରିଲାଏନ୍ସ ଜିଓ । ମୁକେଶ ଅମ୍ବାନିଙ୍କ ଏହି କମ୍ପାନି ଏବେ ନିଜର ଏକ କ୍ରିପ୍ଟୋକରେନ୍ସି ବାହାର କରିବାକୁ ଯାଉଛି । ଏହାକୁ ଜିଓକଏନ ବୋଲି କୁହାଯାଉଛି । ମୁକେଶଙ୍କ ପୁଅ ଆକାଶ ଅମ୍ବାନି ଏହି ପ୍ରକଳ୍ପର ମୁଖ୍ୟ ରହିବେ । ପ୍ରାୟ ୫୦ ଜଣ କର୍ମଚାରୀ ଏହି ନୂଆ ୟୁନିଟରେ କାମ କରିବେ ।

କେତେକ ଗଣମାଧ୍ୟମ ସୁତ୍ରରୁ ଜଣାଯାଇଛି ଯେ କମ୍ପାନି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବ୍ଲକଚେନ ଟେକନଲୋଜୀ ପ୍ରକଳ୍ପରେ ୫୦ ଜଣ ଯୁବ କର୍ମଚାରୀ ରହିବେ ଯେଉଁମାନଙ୍କ ହାରାହାରି ବୟସ ୨୫ ବର୍ଷ ରହିବ । ଏହି ଜିଓ କଏନ ବ୍ୟବହାର କରି ସ୍ମାର୍ଟ କଣ୍ଟ୍ରାକ୍ଟ ଓ ସପ୍ଲାଇ ଚେନ ମ୍ୟାନେଜମେଣ୍ଟ ଲଜିଷ୍ଟିକ୍ସ ପରି ଆପ୍ଲିକେସନର ବିକାଶ କରାଯିବ ।

ବ୍ଲକଚେନ ଏକ ସ୍ୱତନ୍ତ୍ର ପ୍ରକାରର ଟେକନଲୋଜୀ ଯାହାକୁ ବ୍ୟବହାର କରି ଆର୍ଥିକ ସୂଚନା ଠାରୁ ଆରମ୍ଭ କରି ବିଭିନ୍ନ ସୂଚନା ଗଚ୍ଛିତ କରି ରଖିବାର ଏକ ଡିଜିଟାଲ ଲେଜର ବା (ରେଡର୍ଡ ଖାତା) ପରି । ବ୍ଲକଚେନ ଦ୍ୱାରା ଗଚ୍ଛିତ ସୂଚନାକୁ ଏକ ବିକେନ୍ଦ୍ରିତ ଡାଟାବେସ ଦ୍ୱାରା ରଖାଯାଏ ବିଶେଷକରି କ୍ଲାଉଡ ମାଧ୍ୟମରେ । କେବଳ କ୍ରିପ୍ଟୋକରେନ୍ସି ନୁହେଁ ଜିଓ ଆଇଓଟି ବା ଇଣ୍ଟରନେଟ୍‌ ଅଫ ଥିଙ୍କସ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିବାକୁ ଯାଉଛି । ଏହା ହେଉଛି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ବିଭିନ୍ନ ଡିଭାଇସ୍‌ ଯଥା ସ୍ମାର୍ଟଫୋନ, କାର, ହୋମଆପ୍ଲାଏନସେସ, ଆଦିକୁ ଇଣ୍ଟରନେଟ ସହ ଯୋଡିବାର ଏକ ପ୍ରଯୁକ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.