ରେନଲ୍ଟ କ୍ୱିଡ୍‌ରେ ୪ ବର୍ଷର ଓ୍ଵାରେଣ୍ଟି

ନୂଆଦିଲ୍ଲୀ: ରେନଲ୍ଟ ଇଣ୍ଡିଆ ଏହାର କ୍ୱିଡ୍‌ ଗ୍ରାହକଙ୍କ ପାଇଁ ୪ ବର୍ଷ କିମ୍ବା ୧ ଲକ୍ଷ କିମିର ଓ୍ଵାରେଣ୍ଟି( ଯେଉଁଟି ଆଗ) ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏଥିରେ ୨ ବର୍ଷ/୫୦ ହଜାର କିମିର ଷ୍ଟାଣ୍ଡାର୍ଡ ଓ୍ଵାରେଣ୍ଟି ସହିତ ୨ ବର୍ଷ/୫୦ ହଜାର କିମିର ସମ୍ପ୍ରସାରିତ ଓ୍ଵାରେଣ୍ଟି ରହିଛି। ଏଥିସହିତ କମ୍ପାନି ରେନଲ୍ଟ କ୍ୱିଡ୍‌ ଗ୍ରାହକଙ୍କୁ ମଧ୍ୟ ରାସ୍ତା ପାର୍ଶ୍ୱ ସହାୟତା ପ୍ରଦାନ କରିବ। ଏଥିସହିତ ରେନଲ୍ଟ ଏହାର ସିକ୍ୟୋର କାର୍ଯ୍ୟକ୍ରମ ଅଧୀନରେ ସବୁ ମଡେଲ କାର୍‌ ଉପରେ ୫ ବର୍ଷ/୧ ଲକ୍ଷ କମି ଓ୍ଵାରେଣ୍ଟି (ଯେଉଁଟି ଆଗ) ସହିତ ରାସ୍ତା ପାର୍ଶ୍ୱ ସହାୟତା ପ୍ରଦାନ କରୁଛି। ଖୁବ୍‌ କମ୍‌ ଅର୍ଥ ପ୍ରଦାନ କରି ଗ୍ରାହକମାନେ ଏହି ସୁବିଧା ପାଇ ପାରୁଛନ୍ତି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର