କାର୍‌ ନାଁ ସୁପରହିରୋ , ଆମାଜନରେ ବୁକ୍‌ କରିହେବ

ଚେନ୍ନାଇ: ରିନଲ୍ଟ ପକ୍ଷରୁ ନିଜର କମ୍ପାକ୍ଟ ଏସୟୁଭି କ୍ୱିଡ୍‌ର ୨ ଲକ୍ଷ ୟୁନିଟ୍‌ ବିକ୍ରି ସଫଳତାକୁ ସ୍ମରଣୀୟ କରିବା ପାଇଁ ଏକ ଅଜବ ନାଁରେ ସ୍ପେଶିଆଲ ଏଡିସନ ମଡେଲ ବଜାରକୁ ଛାଡିଛି । ଏହାର ନାଁ ହେଉଛି କ୍ୱିଡ୍‌ ସୁପରହିରୋ । ଇ-କମର୍ସ ସାଇଟ୍‌ ଆମାଜନ ଜରିଆରେ ମାତ୍ର ୯୯୯୯ ଟଙ୍କାରେ ଏହାକୁ ବୁକ୍‌ କରିହେବ ।

‘ଆଜିର ଦିନରେ ମାର୍ଭେଲ୍‌ର ଆଇରନ୍‌ ମ୍ୟାନ୍‌ ଏବଂ କ୍ୟାପ୍‌ଟେନ୍‌ ଆମେରିକା ହେଉଛନ୍ତି ସବୁଠୁ ଅଧିକ ପସନ୍ଦ କରାଯାଉଥିବା ସୁପର ହିରୋ । ଡିଜ୍‌ନିରେ ଆମେ ଏହି ଲୋକପ୍ରିୟ ଚରିତ୍ରକୁ ସବୁ ସ୍ଥାନରେ ଥିବା ପ୍ରେମୀମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ କରିବା ପାଇଁ ନିରନ୍ତର ଭାବେ ଉଦ୍ୟମ କରୁଛୁ । କ୍ୱିଡ୍‌ ସୁପର ହିରୋ ଏଡିସନ୍‌ ସହିତ ପ୍ରେମୀମାନେ ସବୁ ସ୍ଥାନରେ ମାର୍ଭେଲ୍‌ର ଅନୁଭୂତି ହାସଲ କରିପାରିବେ’ ବୋଲି ଅଭିଷେକ ମାହେଶ୍ୱରୀ, କଣ୍ଟ୍ରି ମୁଖ୍ୟ, ଡିଜ୍‌ନି ଇଣ୍ଡିଆ କହିଛନ୍ତି । ରେନଲ୍ଟର ମୁମ୍ବାଇ ଓ ଚେନ୍ନାଇ ଡିଜାଇନ୍‌ ଷ୍ଟୁଡିଓ ଦ୍ୱାରା କ୍ୱିଡ୍‌ ସୁପର ହିରୋ ଏଡିସନ୍‌କୁ ଡିଜାଇନ୍‌ ଓ ବିକଶିତ କରାଯାଇଛି ।

କ୍ୱିଡ୍‌ ସୁପର ହିରୋ ଏଡିସନ୍‌କୁ ଶକ୍ତି ପ୍ରଦାନ କରୁଥିବା ୧.୦ ଏଲ୍‌ ଏସ୍‌ସିଇ ଇଂଜିନ୍‌କୁ ଉତ୍ତମ ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଡବଲ୍‌ ଓଭରହେଡ୍‌ କାମ୍‌ସାଫ୍‌ଟ୍‌ (ଡିଓଏଚ୍‌ସି)ର ସିଲିଣ୍ଡର ପିଛା ୪ ଭାଲ୍‌ଭ ଲୋ ପ୍ରେସର୍‌ ଡ୍ରପ୍‌ ଏବଂ ଅଧିକ ଏୟାର ଲିଫ୍‌ଟିଂ ପାଇଁ ପ୍ରଭାବଶାଳୀ ଭାଲ୍‌ଭ୍‌ ଲିଫ୍ଟ ପ୍ରଦାନ କରୁଛି, ଫଳରେ ଇଂଜିନକୁ ଲୋ -ଏଣ୍ଡ୍‌, ମିଡ୍‌-ରେଞ୍ଜ୍‌ ଏବଂ ହାଇ-ଏଣ୍ଡ୍‌ ରେଭ୍‌ ବ୍ୟାଣ୍ଡ୍‌ରେ  ବ୍ୟବହାର କରିବା ସହଜ ହେଉଛି।

ସମ୍ବନ୍ଧିତ ଖବର