ଦକ୍ଷିଣ ଆଫ୍ରିକାରେ ରେନୋ ଟ୍ରାଇବର୍‌ର ବିକ୍ରି ଆରମ୍ଭ

ଭୁବନେଶ୍ବର : ରେନୋ ପକ୍ଷରୁ ଦକ୍ଷିଣ ଆଫ୍ରିକାରେ ଟ୍ରାଇବର୍‌ର ବିକ୍ରି ଆରମ୍ଭ କରାଯାଇଛି। ଭାରତରେ ୨୮ ହଜାରରୁ ଅଧିକ ଟ୍ରାଇବର୍‌ ବିକ୍ରି କରିସାରିଥିବା ରେନୋ ଖୁବ୍‌ଶୀଘ୍ର ଏହି ଗାଡ଼ିକୁ ଆଫ୍ରିକା‌, ଆସିଆନ୍ ଓ ସାର୍କ ଦେଶଗୁଡ଼ିକୁ ପଠାଇବାକୁ ପ୍ରସ୍ତୁତ ହେଉଛି। ଏହା ଆକର୍ଷଣୀୟ ହୋଇଥିବା ବେଳେ ଅଧିକ ଫାଙ୍କା ସ୍ଥାନ ଓ ମଡ୍ୟୁଲାର୍‌ ହେତୁ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି। ଏଥିରେ ୩୦ରୁ ଅଧିକ ପ୍ରକାରର ଅଗ୍ରଣୀ ସୁବିଧା ସୁଯୋଗ ରହିଛି।

ସମ୍ବନ୍ଧିତ ଖବର