ରେନଲ୍ଟର ନୂଆ ୨୦୧୮ ଫିଚର୍‌ ଲୋଡେଡ୍‌ କ୍ୱିଡ୍‌

ଭୁବନେଶ୍ୱର: ରେନଲ୍ଟ ପକ୍ଷରୁ ନୂଆ ୨୦୧୮ ଫିଚର୍‌ ଲୋଡେଡ୍‌ କ୍ୱିଡ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ରେ ଉପଲବ୍ଧ ହେବ। ଏଥିରେ ଥିବା ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଏସ୍‌ୟୁଭି ଅନୁପ୍ରାଣିତ ଡିଜାଇନ୍‌, ୭-ଇଂଚ୍‌ ଟଚ୍‌ସ୍କ୍ରିନ୍‌ ମିଡିଆ ଏନ୍‌ଏଭି, ପଛ କ୍ୟାମେରା, ଡିଜିଟାଲ୍‌ ଇନଷ୍ଟ୍ରୁମେଂଟ୍‌ କ୍ଲଷ୍ଟର୍‌, ଓ୍ଵାନ୍‌ ଟଚ୍‌ ଲେନ୍‌ ଚେଞ୍ଜ୍‌ ଇଣ୍ଡିକେଟର୍‌, ରେଡିଓ ସ୍ପିଡ୍‌ ଡିପେଣ୍ଡେଣ୍ଟ୍‌ ଭଲ୍ୟୁମ୍‌ କଣ୍ଟ୍ରୋଲ୍‌ ଓ ପ୍ରୋ-ସେନ୍ସ ସିଟ୍‌ ବେଲ୍‌ଟ ପ୍ରିଟେନ୍‌ସନର୍‌ ସହିତ ଲୋଡ୍‌ ଲିମିଟର୍‌। ଛଅଟି ରଙ୍ଗରେ ଉପଲବ୍ଧ ହେଉଥିବା ନୂଆ କ୍ୱିଡ୍‌ର ଏକ୍ସ ସୋରୁମ-ନୂଆଦିଲ୍ଲୀ ମୂଲ୍ୟ  ୨ ଲକ୍ଷ ୬୬ ହଜାର ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର