ରିଜର୍ଭ ବ୍ୟାଙ୍କ ଏକା ମୁଦ୍ରାସ୍ଫୀତିକୁ ରୋକିପାରିବନି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏକୁଟିଆ ଦେଶର ମୁଦ୍ରାସ୍ଫୀତିକୁ ରୋକିପାରିବ ନାହିଁ। ଏଥିପାଇଁ ସରକାରଙ୍କୁ ଯୋଗାଣଜନିତ ସମସ୍ୟାକୁ ଦୂର କରିବାକୁ ପଡ଼ିବ‌େ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି. ରଙ୍ଗରାଜନ୍। ନୂଆ ମୁଦ୍ରାନୀତି ଢାଞ୍ଚା- ଏହାର ମାନେ କ’ଣ ଶୀର୍ଷକରେ ରଙ୍ଗରାଜନ୍ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିର ସୀମା ସମ୍ପର୍କରେ କହିଛନ୍ତି। ଭାରତ ପକ୍ଷରୁ ମୁଦ୍ରାସ୍ଫୀତିକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି ତାହାକୁ ନେଇ ଅନେକ ଦ୍ବନ୍ଦ୍ବ ଏବଂ ଚିନ୍ତା ରହିଛି। ନୂଆ ମୁଦ୍ରାନୀତି ଢାଞ୍ଚାରେ ରିଜର୍ଭ ବ୍ୟାଙ୍କ ପାଇଁ ଖାଉଟି ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ରଖିବା ନେଇ ଲକ୍ଷ୍ୟ ରଖାଯାଇଛି। ଲକ୍ଷ୍ୟର ୨ ପ୍ରତିଶତ ଅଧିକ ଏବଂ କମ୍ ଏହା ହୋଇପାରେ। ତେଣୁ ଗୋଟେ ଦୃଷ୍ଟିରୁ ଏହା ଏକ କୋହଳ ଲକ୍ଷ୍ୟ ବୋଲି ରଙ୍ଗରାଜନ୍ କହିଛନ୍ତି।

ସମ୍ବନ୍ଧିତ ଖବର