ରିଜର୍ଭ ବ୍ୟାଙ୍କ ନଜରରେ ୫୦ ଅଣ-ବ୍ୟାଙ୍କ ସଂସ୍ଥା

ନୂଆଦିଲ୍ଲୀ: ଦେଶରେ ଅଣ ବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ ବା ଏନବିଏଫସିରେ ଯେଉଁ ସଙ୍କଟ ଦେଖାଦେଇଛି ତାହା ଯେପରି ଅନ୍ୟ ସଂସ୍ଥାକୁ ନବ୍ୟାପିବ ତାହା ଉପରେ କଡ଼ା ନଜର ରିଜର୍ଭ ବ୍ୟାଙ୍କ ରଖିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଯେଉଁ ଏନବିଏଫସି ଏବଂ ଗୃହଋଣ ପ୍ରଦାନ କାରୀ ସଂସ୍ଥାରେ କିଛିମାତ୍ରାରେ ଦୁର୍ବଳତାର ଲକ୍ଷଣ ଦେଖା‌ଯାଉଛି ତାହା ଉପରେ ଆମର ନଜର ରହିଛି ବୋଲି ସେ କହିଛନ୍ତି। ଗତ କିଛିମାସ ହେଲା ଏମିତି କୌଣସି ଦିନ ନାହିଁ ଯେଉଁଦିନ ଏନବିଏଫସି କ୍ଷେତ୍ର ଉପରେ କିମ୍ବା କୌଣସି ଏନବିଏଫସି ଉପରେ ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଆଇଏଲ ଆଣ୍ଡ ଏଫ୍‌ଏସ୍‌ର ଆର୍ଥିକ ସଙ୍କଟ ପଦାକୁ ଆସିବା ପରେ ସରକାର ବାଧ୍ୟ ହୋଇ ଏହି କ୍ଷେତ୍ରରେ ହସ୍ତକ୍ଷେପ କରିଛନ୍ତି। ଏନବିଏଫସି ସମସ୍ୟା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି।

‘ଆଭିମୁଖ୍ୟ ବଦଳିଛି’
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି ଆଭିମୁଖ୍ୟକୁ ବଦଳାଇଛି। ଉଦାର ଆଭିମୁଖ୍ୟ ଆପଣାଇବା କାରଣରୁ ଏହା ସୁଧ ହାରରେ ଅତିରିକ୍ତ ୦.୨୫ ପ୍ରତିଶତ ହ୍ରାସ ସହ ସମାନ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାକ୍ଷାତକାରରେ କହିଛନ୍ତି। ଶକ୍ତିକାନ୍ତ ଏଭଳି ମନ୍ତବ୍ୟ ସୁଧ ହାର ହ୍ରାସ ସମ୍ପର୍କରେ କଳ୍ପନାଜଳ୍ପନା ପ୍ରକାଶ କରିଛି। ସୁଧ ହାର ହ୍ରାସ ଚକ୍ର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି ବୋଲି ଅନୁମାନ କରାଯାଉଛି। ରିଜର୍ଭ ବ୍ୟାଙ୍କ କ୍ରମାଗତ ୩ ଥରରେ ବର୍ତ୍ତମାନ ସୁଦ୍ଧା ୦.୭୫ ପ୍ରତିଶତ ସୁଧ ହ୍ରାସ କରିଛି।

ସମ୍ବନ୍ଧିତ ଖବର