ଆଇଡିବିଆଇ ନାମ ବଦଳାଇବାକୁ ରାଜି ହେଉନି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ନାମ ବଦଳାଇବା ସପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନାହିଁ। ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ସମର୍ଥନ କରୁନାହିଁ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ଗତମାସରେ ବ୍ୟାଙ୍କର ନାମ ପରିବର୍ତ୍ତନ କରି ଏଲଆଇସି ଆଇଡିବିଆଇ ବ୍ୟାଙ୍କ କିମ୍ବା ଏଲଆଇସି ବ୍ୟାଙ୍କ କରିବା ପ୍ରସ୍ତାବ ଦେଇଥିଲା। ଆଇଡିବିଆଇ ବ୍ୟାଙ୍କକୁ ଏଲଆଇସି ଅଧିଗ୍ରହଣ କରିବା ପରେ ନାମ ବଦଳାଇବା ପ୍ରସ୍ତାବ ଦେଇଥିଲା। ରିଜର୍ଭ ବ୍ୟାଙ୍କ ବ୍ୟତୀତ ବ୍ୟାଙ୍କର ନାମ ବଦଳକୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ, ସେୟାରଧାରକ, ସେୟାର ବଜାର ସମେତ ଅନ୍ୟ ସଂସ୍ଥା ଗୁଡ଼ିକର ମଞ୍ଜୁରି ଆବଶ୍ୟକତା ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ‌ ଯେ, ଗତ ଜାନୁଆରିରେ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଗ୍ରହଣ ପ୍ରକ୍ରିୟାକୁ ଏଲଆଇସି ସମ୍ପୂର୍ଣ୍ଣ କରିସାରିଛି।

ସମ୍ବନ୍ଧିତ ଖବର