୧୧ ଶହ ସହରରେ ପହଞ୍ଚିବ ଜିଓ ଗିଗା ଫାଇବର, ଡେନ ନେଟଓ୍ଵର୍କ ଓ ହାଥେଓ୍ଵ କେବୁଲର ସର୍ବାଧିକ ଅଂଶଧନ ଖରିଦ କଲା ରିଲାଏନ୍ସ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆରଆଇଏଲ) ପକ୍ଷରୁ ଡେନ ନେଟଓ୍ଵର୍କ ଓ ହାଥେଓ୍ଵ କେବୁଲରେ ଷ୍ଟ୍ରାଟେଜିକ୍‌ ନିବେଶ ଘୋଷଣା କରାଯାଇଛି । ଏହା ଅନୁଯାୟୀ ରିଲାଏନ୍ସ ଡେନରେ ୬୬ ପ୍ରତିଶତ ଓ ହାଥେଓ୍ଵର ୫୧.୩ ପ୍ରତିଶତ ଅଂଶଧନ ଅଧିକାର କରିବ । ଏହି ଷ୍ଟ୍ରାଟେଜିକ୍‌ ନିବେଶ ଭାରତର ଡିଜିଟାଲ କ୍ଷେତ୍ରକୁ ପୁର୍ନବିନ୍ୟାସ କରି ସର୍ବଶ୍ରେଷ୍ଠ ଗୁଣବତା ଓ ସ୍ୱଳ୍ପ ମୂଲ୍ୟରେ ସବୁ ସ୍ଥାନରେ ସଭିଁଙ୍କୁ ସବୁ ଜିନିଷ ସାଙ୍ଗେ ଯୋଡିବା ପାଇଁ ରିଲାଏନ୍ସର ରହିଥିବା ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ପଦକ୍ଷେପ । ମୋବାଇଲ ବ୍ରଡବ୍ୟାଣ୍ଡ୍‌ କ୍ଷେତ୍ରରେ ଭାରତକୁ ସର୍ବୋଚ୍ଚ ସ୍ଥାନରେ ପହଂଚାଇବା ପରେ ଏବେ ଓୟାର ଲାଇନ ଡିଜିଟାଲ ସଂଯୋଗ କ୍ଷେତ୍ରରେ ଭାରତକୁ ୧୩୫ତମ ସ୍ଥାନରୁ ବିଶ୍ୱର ସର୍ବଶ୍ରେଷ୍ଠ ତିନିଟି ଦେଶ ମଧ୍ୟରେ ସ୍ଥାନିତ କରିବା ପାଇଁ ରିଲାଏନ୍ସ ପ୍ରତିଶ୍ରୁତିବଦ୍ଧ । ଏହି ନିବେଶ ଓ ସହଭାଗିତା ସ୍ଥାନୀୟ କେବୁଲ ଅପରେଟର, ଉପଭୋକ୍ତା କଣ୍ଟେଣ୍ଟ ଯୋଗାଣକାରୀ ଏବଂ ସାମଗ୍ରିକ ଇକୋ ସିଷ୍ଟମ ପାଇଁ ଲାଭଜନକ ସାବ୍ୟସ୍ତ ହେବ । ଏହି ନିବେଶ ଓ ସହଭାଗିତା ଜରିଆରେ ରିଲାଏନ୍ସ ଓ ଜିଓ, ଡେନ ଓ ହାଥୱେ ସହ ମିଶିବା ପରେ ୨୭ ହଜାର ସ୍ଥାନୀୟ କେବୁଲ ଅପରେଟରମାନେ ଶକ୍ତିଶାଳୀ ହେବା ସହିତ ଭାରତରେ ଡିଜିଟାଲ ପରିବର୍ତନରେ ସହଭାଗୀ ହୋଇପାରିବେ । ଏହା ଫଳରେ ଜିଓ ୧୧ ଶହ ସହରରେ ୫୦ ନିୟୁତ ଘରେ ଜିଓ ଗିଗା ଫାଇବର ସର୍ବନିମ୍ନ ସମୟ ମଧ୍ୟରେ ପହଞ୍ଚାଇବ ।

ସମ୍ବନ୍ଧିତ ଖବର