ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବେ ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନି, ଟିସିଏସକୁ ପଛରେ ପକାଇଲା

ମୁମ୍ବାଇ : ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ)କୁ ଟପି ପୁଣି ଥରେ ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନିରେ ପରିଣତ ହୋଇଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ । ଆଜି ଏହି କମ୍ପାନିର ମାର୍କେଟ୍‌ କ୍ୟାପିଟାଲାଇଜେସନ ଟିସିଏସକୁ ଟପିଯାଇଛି । ଗୋଟିଏ କମ୍ପାନିର ମୋଟ ସେୟାର ସଂଖ୍ୟାର ସମୁଦାୟ ମୂଲ୍ୟକୁ ମାର୍କେଟ୍‌ କ୍ୟାପିଟାଲାଇଜେସନ କୁହାଯାଏ । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ରିଲାଏନ୍ସର ସେୟାର ମୂଲ୍ୟ ୩.୧୭ ପ୍ରତିଶତ ବୃଦ୍ଧି ପାଇ ୧୧୮୬ ଟଙ୍କାରେ ପହଞ୍ଚିଛି । ଫଳରେ କମ୍ପାନିର ମାର୍କେଟ କ୍ୟାପିଟାଲାଇଜେସନ ୭.୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଟିସିଏସର ସେୟାର ମୂଲ୍ୟ ହ୍ରାସ ପାଇ ୧୯୪୧ ଟଙ୍କାରେ ପହଞ୍ଚିଛି । ଏହାର ମାର୍କେଟ କ୍ୟାପିଟାଲାଇଜେସନ ୭.୩୯ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ତେବେ ପୂର୍ବରୁ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟିସିଏସକୁ ଟପି ୧ ନମ୍ବର ସ୍ଥାନ ହାସଲ କରିଥିଲା । କିନ୍ତୁ ପରେ ଟିସିଏସ ପୁଣି ଥରେ ନିଜର ପୂର୍ବ ସ୍ଥାନ ଅର୍ଥାତ ୧ ନମ୍ବର ହୋଇଯାଇଥିଲା ।

ସମ୍ବନ୍ଧିତ ଖବର