ରୋଟୋମ୍ୟାକ୍‌ ମାଲିକଙ୍କ ବିରୋଧରେ ୬ ଚାର୍ଜସିଟ୍‌

ନୂଆଦିଲ୍ଲୀ: ଟିକସ ଠକେଇକୁ ନେଇ ରୋଟୋମ୍ୟାକ୍‌ ମାଲିକ ବିକ୍ରମ କୋଠାରିଙ୍କ ଆୟକର ବିଭାଗ ପକ୍ଷରୁ ୬ଟି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଲକ୍ଷ୍ନୌର ଏକ ଅଦାଲତରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। କୋଠାରି କରିଥିବା ବ୍ୟାଙ୍କ ଋଣ ଜାଲିଆତି ଧରାପଡ଼ିବା ପରେ ସିବିଆଇ ତାଙ୍କୁ ଏବଂ ତାଙ୍କ ପୁଅ ବିକ୍ରମ କୋଠାରିଙ୍କୁ ଗିରଫ କରିଛି। ଏହା ପରେ ଆୟକର ବିଭାଗ ଏବଂ ଇଡି ପକ୍ଷରୁ ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ଉ କରାଯାଇଥିଲା। ଉତ୍ତର ପ୍ରଦେଶର ବିଭିନ୍ନ ବ୍ୟାଙ୍କରେ ଥିବା କଂପାନିର ୧୪ଟି ଖାତାକୁ ଆୟକର ବିଭାଗ ଜବତ କରିଛି। କୋଠାରିଙ୍କ ବିରୋଧରେ ଆୟକର ବିଭାଗ ୧୦୬ କୋଟି ଟଙ୍କାର ଟିକସ ନୋଟିସ୍‌ ଜାରି କରିଥିଲା। ଟିକସ ବାବଦ ଅର୍ଥ ହାସଲ କରିବା ପାଇଁ ବିଭାଗ ପକ୍ଷରୁ କୋଠାରିଙ୍କ ବିଭିନ୍ନ ସମ୍ପତ୍ତି ଜବତ କରାଯାଉଛି। କୋଠାରି ବିଭିନ୍ନ ବ୍ୟାଙ୍କରୁ ୩୬୯୫ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି।

ସମ୍ବନ୍ଧିତ ଖବର