ଆସିଲା ରୟାଲ ଏନଫିଲଡ୍‌ ଥଣ୍ଡରବାର୍ଡର ନୂଆ ମଡେଲ, ୩୫୦ଏକ୍ସ ଓ ୫୦୦ ଏକ୍ସ

ନୂଆଦିଲ୍ଲୀ : ରୟାଲ ଏନଫିଲଡ ପକ୍ଷରୁ ନିଜର ଥଣ୍ଡରବାର୍ଡ ବ୍ରାଣ୍ଡର ଦୁଇଟି ନୂଆ ମଡେଲ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ସେଗୁଡ଼ିକ ହେଉଛି ଥଣ୍ଡରବାର୍ଡ୩୫୦ଏକ୍ସ ଓ ଥଣ୍ଡରବାର୍ଡ ୫୦୦ଏକ୍ସ । ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧,୫୬,୮୪୯ ଟଙ୍କା ଓ ୧,୯୮,୮୭୮ ଟଙ୍କା (ଏକ୍ସଶୋରୁମ ଦିଲ୍ଲୀ) ରଖାଯାଇଛି । ଯୁବ ସମାଜର ପରିବର୍ତ୍ତିତ ରୁଚିକୁ ଦୃଷ୍ଟିରେ ରଖି ଓ ରୟାଲ ଏନଫିଲଡର କ୍ଲାସିକ ଲୁକକୁ ବଜାୟ ରଖି ଏହି ବାଇକ ପ୍ରସ୍ତୁତ କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ରୟାଲ ଏନଫିଲଡ ପକ୍ଷରୁ ଗତ ୨୦୦୨ରେ ଭାରତୀୟ ବଜାରରେ ପ୍ରଥମ ଥର ପାଇଁ ଥଣ୍ଡରବାର୍ଡ ମଡେଲ ଉନ୍ମୋଚନ କରାଯାଇଥିଲା । ଏହି ୧୮ ବର୍ଷ ମଧ୍ୟରେ ଏହି ମଡେଲଟି ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି ।

ନୂଆ ମଡେଲ ଗୁଡ଼ିକରେ କେତେକ ପରିବର୍ତ୍ତନ ଅଣାଯାଇଛି । ନୂଆ ମଡେଲର ବଡି ଡିପ୍‌ କଲର ହୋଇଥିବାବେଳେ ଇନ୍ଧନ ଟ୍ୟାଙ୍କ ଲାଇଟ୍‌ କଲର ରହିଛି । ଆହୁରି ମଧ୍ୟ ରୟାଲ ଏନଫିଲଡ ବାଇକରେ ପ୍ରଥମ ଥର ପାଇଁ ଆଲଏ ହ୍ଵିଲ ଓ ଟ୍ୟୁବଲେସ ଟାୟାର ଲଗାଯାଇଛି । ଏହି ବାଇକରେ ଉଭୟ ଫ୍ରଣ୍ଟ ଓ ରିଅର ଡିସ୍କ ବ୍ରେକ ରହିଛି । ଥଣ୍ଡରବାର୍ଡ ୫୦୦ଏକ୍ସ ଏକ ସିଙ୍ଗଲ ସିଲିଣ୍ଡର ଏୟାରକୁଲଡ୍‌ ୪୯୯ ସିସି ଇଂଜିନ ଲାଗିଛି । ଏହା ଇଲେକ୍ଟି୍ରକ ଫୁଏଲ ଇଂଜେକ୍ସନ ସିଷ୍ଟମ ରହିଛି । ଅନ୍ୟପକ୍ଷରେ ଥଣ୍ଡରବାର୍ଡ୩୫୦ଏକ୍ସ ସିଙ୍ଗଲ ସିଲିଣ୍ଡର ଏୟାରକୁଲଡ୍‌ ୩୪୬ ସିସି ଇଂଜିନ ସହ ଆସୁଛି ।

ସମ୍ବନ୍ଧିତ ଖବର