ରେଳବାଇରେ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଏହିସବୁ ଭୁଲ ମହଙ୍ଗା ପଡ଼ିପାରେ !

ନୂଆଦିଲ୍ଲୀ: ଆର୍‌ଆର୍‌ବି ରିକ୍ୱାରମେଣ୍ଟ ରେଲେଓ୍ଵ ଭର୍ତ୍ତି ବୋର୍ଡ ଅଗଷ୍ଟ ୯ ତାରିଖରେ ଗ୍ରୁପ୍‌ ସି(ଆର୍‌ଆର୍‌ବି ଗ୍ରୁପ୍‌ ସି) ଏଏଲ୍‌ପି ଆଣ୍ଡ ଟେକ୍‌ନିସିୟାନ୍‌ ପଦବି ପାଇଁ ପରୀକ୍ଷା ଆୟୋଜିତ କରିଛି। ଆର୍‌ଆର୍‌ବି ରବିବାର ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିଛି। ଯେଉଁ ଆବେଦନକାରୀ ଏହି ପରୀକ୍ଷା ପାଇଁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରି ନାହାନ୍ତି ସେମାନେ ରେଲେଓ୍ଵ ଅଫିସିଆଲ େଓ୍ଵବସାଇଟ୍‌ indianrailways.gov.in କିମ୍ବା ଆରଆରବି େଓ୍ଵବସାଇଟ୍‌ ଯାଇ ଆପଣ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରି ପାରିବେ। ପରୀକ୍ଷା ତାରିଖ ପାଖେଇ ଆସୁଛି, ଆବେଦନକାରୀ ପ୍ରସ୍ତୁତିରେ ବି ଲାଗିପଡ଼ିଛି। ପ୍ରଥମ ପର୍ଯ୍ୟାୟ ଭର୍ତ୍ତି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ହେବ। ତେବେ ଆପଣଙ୍କୁ ପରୀକ୍ଷାକେନ୍ଦ୍ରରେ ଏହିସବୁ ଭୁଲରୁ ଦୂରେଇ ରହିବାକୁ ପଡ଼ିବ। ଏପରି କଲେ ହିଁ ଆପଣ ପରୀକ୍ଷାରେ ସଫଳତା ପାଇପାରିବେ।

୧. ଯଦି ଆପଣ ପ୍ରଥମ ଥର କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଦେଉଛନ୍ତି ତେବେ ବିଚଳିତ ଆଦୌ ହୁଅନ୍ତୁ ନାହିଁ। େଓ୍ଵବସାଇଟ୍‌ରେ ଦିଆଯାଇଥିବା ଇନ୍‌ଷ୍ଟ୍ରକ୍‌ସନ୍‌କୁ ଧ୍ୟାନ ଦେଇ ପେପରର ସମାଧାନ କରିବା ଆରମ୍ଭ କରନ୍ତୁ। ଆପଣ ପରୀକ୍ଷା ପୂର୍ବରୁ ମାର୍କ ଟେଷ୍ଟ ଜରିଆରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାରିବେ। ମାର୍କଟେଷ୍ଟରେ ଆପଣଙ୍କୁ ଅନ୍‌ଲାଇନ୍‌ ପରୀକ୍ଷା କିପରି ଦିଆଯାଏ ସେନେଇ ଅନ୍ଦାଜ ହୋଇଯିବ।

୨. ପରୀକ୍ଷାରେ ଦିଆଯାଇଥିବା ପ୍ରଶ୍ନକୁ ପ୍ରଥମେ ଧ୍ୟାନ ଦେଇ ପଢ଼ନ୍ତୁ। ହଡବଡ଼ି ନହୋଇ ଯେଉଁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଭଲଭାବେ ଆସୁଛି ତାହାକୁ ପ୍ରଥମେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

୩. ଯଦି ଆପଣଙ୍କୁ ଟେକ୍‌ନୋଲୋଜିକୁ ନେଇ କୌଣସି ଜ୍ଞାନ ନାଇ, ତେବେ ବିଚଳିତ ନହୋଇ ଟେକ୍‌ନୋଲୋଜି ସହିତ ଜଡ଼ିତ କୌଣସି ଅସୁବିଧା ହେଉଛି ତେବେ ପରୀକ୍ଷାକେନ୍ଦ୍ରରେ ଉପସ୍ଥିତ ଥିବା ନୀରିକ୍ଷକଙ୍କୁ ସମ୍ପର୍କ କରନ୍ତୁ। ଧ୍ୟାନ ରଖିବେ କି ଏପରି କିଛି ସମସ୍ୟା ସୃଷ୍ଟି ନହେଉ, ଯେଉଁଥିପାଇଁ ଆପଣଙ୍କ ପରୀକ୍ଷାର ସମୟ ନଷ୍ଟ ହେଉ।

୪. ପରୀକ୍ଷା କେନ୍ଦ୍ରରେ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ, ପେନ୍‌, କାଲକୁଲେଟର ଆଦି ନେବା ମନା ଅଛି। ଯଦି ତା’ପରେ ବି ଆପଣ ଏହି ସବୁ ଜିନିଷ ନେଇଯାଇଛନ୍ତି, ତେବେ ଅସୁବିଧାରେ ପଡ଼ି ପାରନ୍ତି।

୫. ପରୀକ୍ଷାର ୩୦ମିନିଟ୍‌ ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚନ୍ତୁ। ଏପରି କରିବା ଦ୍ୱାରା ସହଜରେ ଆପଣ ସିଟ୍‌ କେଉଁଠି ତାହାକୁ ଖୋଜି ପାରିବେ।

ସମ୍ବନ୍ଧିତ ଖବର