ଆସନ୍ତାକାଲିଠାରୁ ଏସ୍ବିଆଇ ଏଟିଏମ୍ରୁ ୪୦ ନୁହେଁ, ଦିନକୁ କାଢ଼ି ପାରିବେ ମାତ୍ର ୨୦ହଜାର ଟଙ୍କା
ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ନିଜ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଥିଲା । ଅକ୍ଟୋବାର ୩୧ ଠାରୁ ଏସ୍ବିଆଇ ଗ୍ରାହକମାନେ ଏଟିଏମ୍ରୁ ଦୈନିକ ସର୍ବାଧିକ ୪୦,୦୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା ଉଠାଇ ପାରିବେ ବୋଲି ମାସେ ପୂର୍ବରୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ଏହି ନିୟମ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କାଲିଠାରୁ ଆପଣମାନେ ନିଜ ନିଜ ଆକାଉଣ୍ଟରୁ ଏଟିଏମ୍ ଜରିଆରେ ଆଉ ୪୦,୦୦୦ ଟଙ୍କା କାଢ଼ିପାରିବେ ନାହିଁ । ଏବେ ଦିନକୁ ଆପଣମାନେ ଅତିବେଶିରେ ୨୦ହଜାର ଟଙ୍କା କାଢ଼ିବା ପାଇଁ ସମର୍ଥ । ଅକ୍ଟୋବର ୧ରେ ଏହି ଘୋଷଣା କରାଯାଇଥିବା ବେଳେ ଅସନ୍ତାକାଲିଠାରୁ ଏହା ଲାଗୁ ହେବାକୁ ଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ଏଟିଏମ୍ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲା ଏବଂ ଡ଼ିଜିଟାଲ କ୍ୟାସ୍ଲେସ୍ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଏହି ନିୟମ ଲାଗୁ କରାଯାଇଛି । ଯାହାଦ୍ୱାରା ଲୋକମାନେ ଡ଼ିଜିଟାଲ କାରବାର ଉପରେ ଅଧିକ ଗୁରୁତ୍ୱ ଦେବେ ।