ଦୁର୍ବଳ ହେଉଛି ଟଙ୍କା, ଡଲାର ତୁଳନାରେ ୭୦ ଟପିବା ଆଶଙ୍କା

ମୁମ୍ବାଇ : ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବିଶେଷକରି ତୁର୍କିରେ ଅର୍ଥନୈତିକ ସଂକଟ, ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ବିବାଦର ପ୍ରଭାବ ମୁଦ୍ରାବଜାର ଉପରେ ପଡିଛି । ଭାରତୀୟ ଟଙ୍କା ଆଜି ଡଲାର ତୁଳନାରେ ସର୍ବକାଳୀନ ନିମ୍ନତା ୬୯.୬୨କୁ ଖସିଆସିଛି । ଏପରିକି ତୁର୍କୀର ଅର୍ଥନୈତିିକ ସଂକଟ ଆହୁରି ଗୁରୁତର ହେଲେ ଡଲାର ତୁଳନାରେ ଟଙ୍କା ୭୦ ଟପିବା ଆଶଙ୍କା ଜଳ ଜଳ ଦେଖାଗଲାଣି । ତୁର୍କୀ ଓ ଆମେରିକା ମଧ୍ୟରେ ଏବେ ବିବାଦ ଦେଖାଦେଇଛି । ତୁର୍କୀରୁ ରପ୍ତାନି ହେଉଥିବା ଷ୍ଟିଲ ଓ ଆଲୁମିନିୟମ ଉପରେ ଆମେରିକା ଆମଦାନୀ ଶୁଳକ ବଢାଇଦେଇଛି । ଏହା ତୁର୍ତୀର ଆର୍ଥିକ ସଂକଟକୁ ଗୁରୁତର କରିଛି । ତୁର୍କୀ ଋଣଭାରରେ ଡୁବି ରହିଛି । ଜୁଲାଇରେ ଏହାର ମୁଦ୍ରାସ୍ପୀତି ରେକର୍ଡ ୧୫.୯ ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଡଲାର ତୁଳନାରେ ତୁର୍କୀର ମୁଦ୍ରା ଲିରା ଗତ ୧୨ ମାସ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ୬.୯୫ ରେ ପହଞ୍ଚିଛି । ଏହାର ପ୍ରଭାବ ଏସିଆର ପ୍ରମୁଖ ମୁଦ୍ରାମାନଙ୍କ ଉପରେ ପଡିଛି ।

ସମ୍ବନ୍ଧିତ ଖବର