ଭୁବନେଶ୍ୱର : ଭାରତ-ରୁଷିଆ ଦଳର ଖଣି ସମ୍ବନ୍ଧୀୟ ଉପଦଳର ସପ୍ତମ ଅଧିବେଶନ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତୀୟ ଶିଳ୍ପ ପ୍ରତିନିଧିଙ୍କ ମଧ୍ୟରେ ନାଲ୍କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ନାଲ୍କୋ ଏବଂ ଇଡ୍କୋ ଦ୍ୱାରା ପ୍ରତିଷ୍ଠା କରାଯାଉଥିବା ଅନୁଗୁଳ ଆଲୁମିନିୟମ୍ ପାର୍କ୍ରେ ରୁଷିଆର ନିବେଶକଙ୍କ ପାଇଁ ରହିଥିବା ପୁଞ୍ଜିନିବେଶ ଏବଂ ବୈଷୟିକ ସହଭାଗିତା ସମ୍ପର୍କରେ ଡ. ଚାନ୍ଦ ପ୍ରସ୍ତାବମାନ ରଖିଥିଲେ। ରୁଷୀୟ ପ୍ରତିନିଧି ଦଳ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ବୈଠକରେ କୋବାଲ୍ଟ, ଲିଥିୟମ୍ ଆଦି ଧାତୁ କ୍ଷେତ୍ରରେ ସହବନ୍ଧନର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ଏସବୁ ପ୍ରସ୍ତାବ ମଧ୍ୟ ଅଧିବେଶନରେ ଗୃହୀତ ହୋଇଥିଲା। ଆଗାମୀ ଦିନରେ ୟୁସି ରୁସାଲ୍, ମେସର୍ସ୍ କେଜେଟିଏସ୍, ମେସର୍ସ୍ ୟୁଏଚ୍ଏମ୍ ଭଳି ଅନ୍ତର୍ଜାତୀୟ କମ୍ପାନି ଓଡ଼ିଶା ଗସ୍ତରେ ଆସିବାର ଯୋଜନା ରହିଛି।