୪୫ କୋଟିର ସମ୍ପତ୍ତି କିଣିଲେ ସଚିନ ବନ୍‌ସଲ୍‌

ବେଙ୍ଗାଲୁରୁ: ଫ୍ଲିପକାର୍ଟର ସହ ପ୍ରତିଷ୍ଠାତା ସଚିନ ବନ୍‌ସଲ୍‌ ବେଙ୍ଗାଲୁରୁର ଧନୀମାନେ ବାସ କରୁଥିବା ଅଞ୍ଚଳରେ ୪୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆବାସିକ ସମ୍ପତ୍ତି କିଣିଛନ୍ତି। ବେଙ୍ଗାଲୁରୁର କୋରାମଙ୍ଗଲଠାରେ ସେ ଏହି ସମ୍ପତ୍ତି କିଣିଛନ୍ତି। ଏବେ ମଧ୍ୟ ବନ୍‌ସଲ୍‌ ଏହି ଅଞ୍ଚଳରେ ତାଙ୍କ ନିଜ ଘରେ ବାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନୀ, କ୍ରିସ୍ ଗୋପାଲକ୍ରିଷ୍ଣନ୍, ନାରାୟଣା ଚିକିତ୍ସାଳୟର ଡାକ୍ତର ଦେବୀ ସେଟ୍ଟି, ବିପିଏଲ ମୋବାଇଲର ପ୍ରତିଷ୍ଠାତା ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ରହିଛନ୍ତି। ସଚିନ ଗୋଟିଏ ସ୍ଥାନକୁ ବର୍ଗଫୁଟ ପିଛା ୪୪ ହଜାର ଏବଂ ଅନ୍ୟଟିକୁ ବର୍ଗଫୁଟ ପିଛା ୩୮ ହଜାର ଟଙ୍କାରେ କିଣିବେ। ଉଲ୍ଲେଖଯୋଗ୍ୟ, ଫ୍ଲିପକାର୍ଟର ଅନ୍ୟତମ ସହ ପ୍ରତିଷ୍ଠାତା ବିନି ବନସଲ୍ ଏହି ଅଞ୍ଚଳରେ ଗତ ୩ ବର୍ଷ ପୂର୍ବେ ୩୨ କୋଟି ଟଙ୍କା ମୂଲ୍ୟରେ ୧୦ ହଜାର ବର୍ଗଫୁଟ ଜାଗା କିଣିଥିଲେ।

ସମ୍ବନ୍ଧିତ ଖବର