ନୂଆଦିଲ୍ଳୀ: ଇଣ୍ଡିଗୋର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର ଡାଇରୋକ୍ଟୋରେଟ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିମାନରେ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହେବା ପରେ ଏହି ନୋଟିସ୍ ଜାରି କରାଯାଇଛି ବୋଲି ଜାଣିବାକୁ ମିଳିଛି। ଗତ ଜୁଲାଇ ୮ ଓ ୯ ତାରିଖରେ ଡିଜିସିଏର ପକ୍ଷରୁ ଗୁରୁଗ୍ରାମରେ ଥିବା ଇଣ୍ଡିଗୋ ଅଫିସ୍ରେ ଅଡିଟ୍ କରାଯାଇଥିଲା। ଏହି ଅଡିଟ୍ ପରେ ବିମାନରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଜାଣିବାକୁ ମିଳିଥିଲା। ବିମାନରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା କାରଣରୁ ବିମାନର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଛି।
/sambad/media/post_attachments/wp-content/uploads/2019/07/download-31-300x168.jpg)
ଯେଉଁ ୪ ଜଣଙ୍କ ନାମରେ କାରଣ ଦର୍ଶଅ ନୋଟିସ୍ ଜାରି କରାଯାଇଛି ସେମାନେ ହେଲେ ହେଡ୍ ଅଫ୍ ଟ୍ରେନିଂ କ୍ୟାପ୍ଟେନ୍ ସଞ୍ଜୀବ ଭଲ୍ଲା, ଚିଫ୍ ଅଫ୍ ଫ୍ଳାଇଟ୍ ସେଫ୍ଟି କ୍ୟାପ୍ଟେନ୍ ହେମନ୍ତ କୁମାର ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ୍-ଅପରେସନ୍ କ୍ୟାପଟେନ୍ ଅସୀମ ମିତ୍ର, କ୍ୱାଲିଟି ଆସ୍ୱିରାନ୍ସ ଆଣ୍ଡ୍ ଅପ୍ସ ସେଫ୍ଟି ବିଭାଗର କ୍ୟାପ୍ଟେନ୍ ରାକେଶ ଶ୍ରୀବାସ୍ତବ।