ପୁଣି ବନ୍ଧା ହେବେ ସାହାରା ମୁଖ୍ୟ ସୁବ୍ରତ ରାୟ ?

ନୂଆଦିଲ୍ଲୀ – ପୁଣି ବିପଦରେ ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟ । ନିବେଶକଙ୍କଠାରୁ ନେଇଥିବା ୨୫ ହଜାର କୋଟି ଫେରାଇବା ପ୍ରତିଶ୍ରୁତି ଦେଇ ସେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ୬ ମାସ ମଧ୍ୟରେ ଅର୍ଥ ଫେରସ୍ତ ପାଇଁ ସେ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୬ ମାସ ବିତି ଯାଇଥିଲେ ମଧ୍ୟ ସେ ମାତ୍ର ୧୫ ହଜାର କୋଟି ଟଙ୍କା ଫେରାଇଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ପୁଣି ନୋଟିସ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ଏହି ନୋଟିସ ଜାରି କରି ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସାହାରାର ଦୁଇଟି ରିଅଲ ଇଷ୍ଟେଟ୍ ସଂସ୍ଥା ୩ କୋଟିରୁ ଅଧିକ ନିବେଶକଙ୍କ ଠାରୁ ବେଆଇନ ଭାବେ ୨୪ ହଜାର କୋଟି ଟଙ୍କା ଆଦାୟ କରିଥିଲେ। ସବୁ ଟଙ୍କା ନିବେଶକମାନଙ୍କୁ ଫେରସ୍ତ କରିବା ପାଇଁ ସେବି ନିର୍ଦେଶ ଦେଇଥିଲା। ମାତ୍ର ସାହାରା ସେହି ନିର୍ଦେଶକୁ ପାଳନ କରିନଥିଲା। ଶେଷରେ ସେବି ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯିବା ପରେ ସାହାରାର ମୁଖ୍ୟ ସୁବ୍ରତ ରାୟଙ୍କୁ ଗିରଫ କରାଯାଇ ବହୁ ଦିନ ଜେଲ୍ରେ ରଖାଯାଇଥିଲା। ଜାମିନ୍ ମିଳିଥିବାରୁ ଏବେ ସେ ବାହାରେ ଅଛନ୍ତି।

ସମ୍ବନ୍ଧିତ ଖବର