ରାୟପୁରରେ ସାହାରା ମିଳନ ଯାତ୍ରା

ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ରାୟପୁର ଇନ୍‌ଡୋର ଷ୍ଟାଡିୟମ୍‌ରେ ସାହାରା ମିଳନ ଯାତ୍ରା ଆୟୋଜନ କରାଯାଇଛି। ଏଥିରେ ସାହାରା ଗ୍ରୁପ୍‌ ମୁଖ୍ୟ ସୁବ୍ରତ ରାୟ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ସାହାରା ୪୦ ବର୍ଷରେ ପଦାର୍ପଣ କରୁଛି। ୨୦୧୮କୁ ସାହାରା ସଂକଳ୍ପ ବର୍ଷ ଭାବେ ପାଳନ କରିବାକୁ କଂପାନି ନିଷ୍ପତ୍ତି ଗ୍ରହଣ କରିଛି। ସାହାରା ମିଳନ ଯାତ୍ରାରେ ସାହାରା ଇଣ୍ଡିଆ ପରିବାରର ଓଡ଼ିଶା ଏବଂ ଛତିଶଗଡ଼ରେ କାମ କରୁଥିବା ୮୦୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ୧୯୭୮ରେ ନ ଜଣ କର୍ମଚାରୀ ଏବଂ ଦୁଇ ହଜାର ଟଙ୍କାକୁ ନେଇ ସାହାରା ଏହାର ଯାତ୍ରା ଆରମ୍ଭ କରିଥିଲା। ଏବେ ଏହା ଅଧୀନରେ ୧୩ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଏହାର ଦେଶରେ ପାଖାପାଖି ୧୦ କୋଟି ଗ୍ରାହକ ରହିଛନ୍ତି ଏବଂ ଏହାର ବଜାର ମୂଲ୍ୟ ପରିମାଣ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏହି ଅବସରରେ ସାହାରା ଇଣ୍ଡିଆ ପରିବାର ମୁଖ୍ୟ କାର୍ଯ୍ୟାଳୟ ତରଫରୁ ସାହାରା-ସେବି ମାମଲାକୁ ନେଇ କେତେକ ତଥ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର