କୋଲକାତା: ରାଷ୍ଟ୍ରାୟତ୍ତ କଂପାନି ସେଲ୍ର କଞ୍ଚାମାଲ୍ ଡିଭିଜନ୍ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଖଣିରୁ ରେକର୍ଡ ପରିମାଣର ଲୁହା ପଥର ଉତ୍ପାଦନ ଏବଂ ଡେସ୍ପ୍ୟାଚ୍ କରାଯାଇଛି। ଏହିବର୍ଷ କଂପାନିର ଉତ୍ପାଦନ ୨୧.୪୬ ନିୟୁତ ଟନ୍ ହୋଇଥିବା ବେଳେ ଡେସ୍ପ୍ୟାଚ୍ ୨୦.୯୧ ନିୟୁତ ଟନ୍ ହୋଇଛି। ଉତ୍ପାଦନ ଓ ଡେସ୍ପ୍ୟାଚ୍ରେ କଂପାନି ଯଥାକ୍ରମେ ୧୦.୬% ଏବଂ ୯.୮% ବୃଦ୍ଧି ହାସଲ କରିଛି। କଂପାନି ଏହାର ଅଶୋଧିତ ଇସ୍ପାତ ଉତ୍ପାଦନ ପରିମାଣ ମଧ୍ୟ ୧୬.୩ ନିୟୁତ ଟନ୍କୁ ବଢ଼ାଇଛି। ଏହି ସମୟରେ କଂପାନି ୭.୩୮ ନିୟୁତ ଟନ୍ ଲମ୍ପ୍ସ୍ ଉତ୍ପାଦନ କରିଛି। ଏହାର ସର୍ବାଧିକ ମାସିକ ଉତ୍ପାଦନ ୨.୦୫ ନିୟୁତ ଟନ୍ ରହିଛି। ଭାରତୀୟ ରେଳ ସହଯୋଗରେ କଂପାନି ୫୯୪୦ ରେକ୍ ଡେସ୍ପ୍ୟାଚ୍ କରିଛି। ଆଧୁନିକୀକରଣ ପରେ ସେଲ୍ ଆର୍ଏମ୍ଡି ଲୁହାପଥର ଖଣିରୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ଦୈନିକ ୧୮-୧୯ ରେକ୍ ଲୋଡିଂ କରାଯାଉଥିଲା।
ସେଲ୍ର ରେକର୍ଡ ଲୁହା ପଥର ଉତ୍ପାଦନ
/sambad/media/post_attachments/wp-content/uploads/2019/04/Steel_Authority_of_India_logo_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)