ସେଲ୍‌ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ୧୦ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀ ବି କରି ପାରିବେ ଆବେଦନ

ନୂଆଦିଲ୍ଲୀ: ଷ୍ଟିଲ୍ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ (ସେଲ୍‌)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଲର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ଓ ମିଶ୍ର ଧାତୁ ଷ୍ଟିଲ ପ୍ଲାଣ୍ଟରେ ଖାଲି ଥିବା ପଦବୀ ପୂରଣ ଲାଗି ନିଯୁକ୍ତି ବିଜ୍ଞାପନ ବାହାରିଛି। ସେଲ ଏଗଜିକ୍ୟୁଟିଭ୍‌ ଓ ନନ୍‌-ଏଗଜିକ୍ୟୁଟିଭ୍‌ ପଦବୀରେ ଚୟନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀ ସେଲର ୱେବସାଇଟ୍‌କୁ ଯାଇ ଏହି ପଦ ପାଇଁ ଆବେଦନ କରି ପାରିବେ।

Image result for sail-recruitment-2020-vacancy-105-posts"
Fresherslive

ପଦବୀ ସଂଖ୍ୟା-୧୦୫
ପଦବୀ ନାମ: ଏଗଜିକ୍ୟୁଟିଭ୍‌ ଓ ନନ୍‌-ଏଗଜିକ୍ୟୁଟିଭ (ଆଟେଣ୍ଡାଣ୍ଟ କମ୍‌ ଟେକ୍‌ନିସିଆନ୍‌, ମେଡିକଲ ସର୍ଭିସ୍‌ ପ୍ରୋଭାଇଡର, ଆସିଷ୍ଟାଣ୍ଟ ମ୍ୟାନେଜର ଆଦି) ଇଲେକ୍ଟ୍ରିସିଆନ୍‌ରେ ୨୫ଟି, ଫିଟରରେ ୨୦ଟି ଓ ମେକାନିକ୍‌ରେ ୧୦ଟି ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗ: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଟିଆ ଲିମିଟେଡ (ସେଲ)

ଶିକ୍ଷାଗତ ଯୋଗ୍ୟତା: ପଦ ଆଧାରରେ ଆବଶ୍ୟକ ଯୋଗ୍ୟତା ରହିଛି -୧୦ମ ପାସ୍‌, ଦ୍ୱାଦଶ, ଆଇଟିଆଇ ଓ ସ୍ନାତକ।

ଆବେଦନ- ଏହି ପଦ ପାଇଁ ୱେବସାଇଟ୍‌ sail.co.inକୁ ଯାଇ ପ୍ରାର୍ଥୀ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ୨୦୨୦ ଜାନୁଆରି ୨୭ ତାରିଖ ପର୍ଯ୍ୟନ୍ତ ରହିଛି।

ଚୟନ ପ୍ରକ୍ରିୟା: ଏହି ପଦ ପାଇଁ ଚୟନ ପ୍ରକ୍ରିୟା କମ୍ପ୍ୟୁଟର ଆଧାରିତ ହେବ। ସିବିଟି କ୍ଲିୟର କରିଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ, ସ୍କିଲ ଟେଷ୍ଟ, ଟ୍ରେଡ ଟେଷ୍ଟ ଓ ପ୍ରି-ଏମ୍ପଲଏମେଣ୍ଟ ମେଡିକାଲ ଟେଷ୍ଟ ପାଇଁ ଡକାଯିବ। ଏହାପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସମସ୍ତ ଦସ୍ତାବିଜ ଯାଞ୍ଚ ହେବ।

Image result for sail-recruitment-2020-vacancy-105-posts"
dotnetwebs.in

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ଅତି ବେଶୀରେ ୨୮ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଜାତି-ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ବୟସର କୌଣସି ସୀମା ନାହିଁ।

ଆବେଦନ କରିବା ସମୟରେ ଏଗଜିକ୍ୟୁଟିଭ୍‌ ପଦ ପାଇଁ ୫୦୦, ଡିଗ୍ରି ପାଇଁ ୨୫୦ ଓ ବାକି ପଦ ପାଇଁ ୧୫୦ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର