ଚନ୍ଦ୍ରଯାନ-୨ ଅଭିଯାନରେ ଲାଗିଛି ସେଲ୍‌ର ଇସ୍ପାତ

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରଯାନ-୨ ଅଭିଯାନ ପାଇଁ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍ ପକ୍ଷରୁ ସ୍ବତନ୍ତ୍ର ମାନର ଷ୍ଟେନଲେସ୍‌ ଷ୍ଟିଲ୍ ଯୋଗାଇ ଦିଆଯାଇଥିଲା। କଂପାନିର ସାଲେମ୍ ଷ୍ଟିଲ୍ ପ୍ଲାଣ୍ଟ୍‌ରେ ଏହି ଇସ୍ପାତକୁ ଉତ୍ପାଦନ କରାଯାଇଥିଲା। କ୍ରିଓଜେନିକ୍ ର‌କେଟ୍ ଇଞ୍ଜିନରେ ଇସ୍ରୋର ଇସ୍ପାତକୁ ବ୍ୟବହାର କରାଯାଇଛି। ଇସ୍ରୋର ବୈଜ୍ଞାନିକ ଓ ସେଲ୍‌ ଅଧିକାରୀଙ୍କ ଟିମ୍ ମିଳିତ ଭାବେ କାର୍ଯ୍ୟ କରି ସାଲେମ୍ ଷ୍ଟିଲ୍ ପ୍ଲାଣ୍ଟ୍‌ରେ ଏହି ସ୍ବତନ୍ତ୍ର ମାନର ଷ୍ଟେନଲେସ୍‌ ଷ୍ଟିଲ୍ ପ୍ରସ୍ତୁତ କରିଥିଲେ। ଆଗାମୀ ଦିନରେ ମହାକାଶ ଉତ୍‌କ୍ଷେପଣ ଯାନରେ ବ୍ୟବହାର ହେଉଥିବା ବିଭିନ୍ନ ଉପାଦାନ ପାଇଁ ସ୍ବତନ୍ତ୍ର ଧରଣର ଇସ୍ପାତ ପ୍ରସ୍ତୁତ କରିବାକୁ ସେଲ୍ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର