ନୂଆଦିଲ୍ଲୀ: ମୁମ୍ବାଇ ନରିମାନ୍ ପଏଣ୍ଟ୍ରେ ଥିବା ଏୟାର ଇଣ୍ଡିଆର ୨୩ ମହଲା ବିଶିଷ୍ଟ ମୁଖ୍ୟ କାର୍ଯ୍ୟାଳୟକୁ ସରକାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହି କୋଠାକୁ ମୁମ୍ବାଇର ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (ଜେଏନ୍୍ପିଟି) ଖରିଦ କରିବ। ଏଥିପାଇଁ ଜେଏନ୍ପିଟି ସହିତ ଆଲୋଚନା ଆରମ୍ଭ ହୋଇଯାଇଛି। ସରକାର ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି ଯାହା ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ବିକ୍ରିର ଦେଖାଶୁଣା କରିବ। ଏହି ବିକ୍ରିରୁ ଯେଉଁ ଟଙ୍କା ମିଳିବ ତାହାକୁ ଏୟାର ଇଣ୍ଡିଆ ପାଇଁ ଖର୍ଚ କରାଯିବ।ଏହି କୋଠାର ନାମ ହେଉଛି ‘ଏୟାର ଇଣ୍ଡିଆ ବିଲ୍ଡିଂ’। ଏହାକୁ ବିକ୍ରି କରାଯିବା ପରେ ତାହାର ନାମ ପରିବର୍ତ୍ତନ କରାଯିବ ନାହିଁ। ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଯେତେ ସବୁ ଉଦ୍ୟମ କରିଥିଲେ ତାହା ବିଫଳ ହୋଇଥିଲା।
ଏୟାର ଇଣ୍ଡିଆର ୨୩ ମହଲା କୋଠା ବିକ୍ରି ହେବ
/sambad/media/post_attachments/wp-content/uploads/2018/06/airindia-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)