ଅଗଷ୍ଟ ୧୬ରୁ ଆରମ୍ଭ ହେବ ଜିଓଫୋନ-୨ର ବିକ୍ରି

ମୁମ୍ବାଇ : ଆସନ୍ତା ୧୬ ତାରିଖ ଦିନ ୧୨ଟାରୁ ଜିଓଫୋନ-୨ର ବିକ୍ରି ଆରମ୍ଭ ହେବ । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯିବ । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ ହଙ୍ଗାମା ଅଫର ମାଧ୍ୟମରେ ନିଜର ପୁରୁଣା ଫିଚର ଫୋନ ବଦଳାଇ ୫୦୧ ଟଙ୍କାରେ ମଧ୍ୟ ଏହା ମିଳିପାରିବ । ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର‍୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍‌ କମାଣ୍ଡ୍‌୍‌କୁ ବ୍ୟବହାର କରି କଲ୍‌, ମେସେଜ୍‌, ଇଣ୍ଟରନେଟ୍‌ରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍‌କୁ ପରିଚାଳନା କରିବା କାମ କରିପାରିବେ ।

ସମ୍ବନ୍ଧିତ ଖବର