ଶାଲୁ ଜିନ୍ଦଲଙ୍କୁ ଆନ୍ତର୍ଜାତିକ ସମ୍ମାନ

ଭୁବନେଶ୍ବର: ଜେଏସ୍‌ପିଏଲ୍ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ବେଷ୍ଟ୍ ସିଏସ୍‌ଆର୍‌ ପ୍ରାକ୍ଟିସେସ୍‌ ଆୱାର୍ଡ ୨୦୧୯ ପ୍ରଦାନ କରାଯାଇଛି। ସିଙ୍ଗାପୁର ଠାରେ ସିଏମ୍‌ଓ ଏସିଆ ପକ୍ଷରୁ ଆୟୋଜନ କରାଯାଇଥିବା ନବମ ବେଷ୍ଟ ସିଏସ୍‌ଆର୍‌ ପ୍ରାକ୍ଟିସେସ୍‌ ପୁରସ୍କାର ବିତରଣ ସମାରୋହରେ ଲାଇଫ୍‌ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡକ୍ଟର ନିଉଟନ୍ କୋନ୍ଦାଭେଟି ଓ ଡକ୍ଟର ଲକ୍ଷ୍ମୀ କୋନ୍ଦାଭେଟିଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଭାରତର ସମାଜ ଏବଂ ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ତଥା ସାମାଜିକ ଉଦ୍ୟମିତା ପାଇଁ ଶ୍ରୀମତୀ ଜିନ୍ଦଲଙ୍କୁ ଏହି ପୁରସ୍କାର ଦିଆଯାଇଛି।

ସମ୍ବନ୍ଧିତ ଖବର