ଲଞ୍ଚ ହେବା ପୂର୍ବରୁ ଉଡ଼ନ୍ତା କାରକୁ କିଣିବା ପାଇଁ ୮୦୦ରୁ ଅଧିକ ଲୋକେ ବୁକ୍‌ କରି ସାରିଲେଣି !

ନୂଆଦିଲ୍ଲୀ: ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଆଉ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଉଡ଼ନ୍ତା କାର ନିର୍ମାଣ କରିବାର ଯୋଜନା ରଖାଯାଇଛି। ଏହି ଉଡ଼ନ୍ତା କାର ଯେକୌଣସି ସ୍ଥାନରୁ ଟେକ ଅଫ୍‌ ଓ ଲ୍ୟାଣ୍ଡିଂ କରିପାରିବ। ଏଥିପାଇଁ କୌଣସି ରନୱେର ଆବଶ୍ୟକତା ପଡ଼ିବ ନାହିଁ।

ଉଡନ୍ତା କାର ନିର୍ମାଣ କରୁଥିବା କମ୍ପାନି ସାମ୍‌ସନ୍‌ ସ୍କାଏର ଏକ ଉଡନ୍ତା କାର କମର୍ସିଆଲ ଲଞ୍ଚ ପୂର୍ବରୁ ୮୦୦ରୁ ଅଧିକ ଲୋକ ବୁକ୍‌ କରି ସାରିଲେଣି। ୨୪ଟି ଦେଶରୁ ଉଡନ୍ତା କାର କିଣିବା ପାଇଁ ବୁକ୍‌ କରିଥିବା ୮୦୦ ଗ୍ରାହକଙ୍କ ମଧ୍ୟରୁ ୪୬ଜଣ ଆମେରିକାର ବୋଲି ଜଣାପଡ଼ିଛି। କମ୍ପାନିର ଏହି କାର ନାମ ସୁଇଜବ୍ଲେଡ ରଖିଛି, ଯାହା ଉଭୟ ସ୍ଥଳ ଓ ଆକାଶ ପଥରେ ଚାଲି ପାରିବ। ସୁଇଜବ୍ଲେଡ କାରର ଘଣ୍ଟାପ୍ରତି ବେଗ ୩୦୫ କିମି ରହିବ। ସାମ୍‌ସନ୍‌ ସ୍କାଏର ଏହି କାର୍‌ରେ ଉଇଙ୍ଗସ୍‌ ଓ ଦୁଇଜଣ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଦେଖିବାକୁ କ୍ଷୁଦ୍ର ବିମାନ ଭଳି । ସୁଇଜବ୍ଲେଡ ଚାରିଟି ସିଲିଣ୍ଡର ଥିବା ଇଞ୍ଜିନ୍‌ ରହିଛି ଯାହାକି ଅତିବେଶୀରେ ୧୯୦ ହାର୍ସପାଓ୍ଵର ଶକ୍ତି ପ୍ରଦାନ କରିବ। ଏହି କାର ଉଡିବା ସମୟରେ ୧,୧୦୦ ଫିଟ୍‌ ସ୍ଥାନ ଓ ଅବତରଣ କରୁଥିବା ବେଳେ ୧,୬୦୦ଫୁଟର ସ୍ଥାନ ଆବଶ୍ୟକ ପଡ଼ିବ।

 

ସମ୍ବନ୍ଧିତ ଖବର