ପାର୍ବଣ ଉପଲକ୍ଷେ ସାମସଙ୍ଗ୍‌ ପକ୍ଷରୁ ଆକର୍ଷଣୀୟ ଅଫର୍‌ ଓ କ୍ୟାସ୍‌ବ୍ୟାକ୍‌ ଘୋଷଣା

ଭୁବନେଶ୍ୱର: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ସାମସଙ୍ଗ୍‌ ପକ୍ଷରୁ ବିଭିନ୍ନ ଉତ୍ପାଦ ଉପରେ ମନଲୋଭା   ଅଫର ଓ କ୍ୟାସ୍‌ବ୍ୟାକ୍‌ ଘୋଷଣା କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ନୂତନ ପ୍ରଯୁକ୍ତିଭିତ୍ତିକ ସାମସଙ୍ଗ୍‌ ଉତ୍ପାଦ ନେଇ ନିଜ ଘରକୁ ସୁନ୍ଦର ତଥା ଅପ୍‌ଗ୍ରେଡ୍‌ କରିପାରିବେ। ଗ୍ରାହକମାନେ ଟିଭି ଠାରୁ ଆରମ୍ଭ କରି ଏୟାର ପ୍ୟୁରିଫାୟର ଓ ଅନ୍ୟାନ୍ୟ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର, ତତ୍କାଳ କ୍ୟାସ୍‌ବ୍ୟାକ୍‌ ଆଦି ସୁବିଧା ପାଇପାରିବେ।
ସାମସଙ୍ଗ ଗ୍ରାହକମାନେ ନଭେମ୍ବର ୧୧ ପର୍ଯ୍ୟନ୍ତ କିଣାକିଣି ଉପରେ ୨୫% ପର୍ଯ୍ୟନ୍ତ ତତ୍କାଳ ରିହାତି ସହିତ ଏଚଡିଏଫ୍‌ସି, ଆକ୍ସିସ୍‌ କିମ୍ବା ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ କିଣାକିଣି କଲେ ୧୫%ର ଅତିରିକ୍ତ କ୍ୟାସ୍‌ବ୍ୟାକ୍‌ ପାଇପାରିବେ। ବିଭିନ୍ନ ପ୍ରକାର ଟପ୍‌ଅପ୍‌ ଓ ଅଫର୍‌ ଜରିଆରେ ଏହି ଉତ୍ସବ ଋତୁରେ ଗ୍ରାହକମାନେ ନିଜ ଖୁସିକୁ ବହୁଗୁଣିତ କରିପାରିବେ। ସାମସଙ୍ଗ୍‌ର ଗ୍ରାହକମାନେ ଟିଭି କିଣା ଉପରେ ସ୍ମାର୍ଟଫୋନ୍‌, ଅଡିଓ ସିଷ୍ଟମ୍‌ ଓ ହେଡ୍‌ଫୋନ୍‌ ଆଦି ପୁରସ୍କାର ମାଗଣାରେ ହାସଲ କରିପାରିବେ। ସେହିପରି ଫାମିଲି ହବ୍‌ ରେଫ୍ରିଜରେଟର କିଣାକିଣି ଉପରେ ଗାଲାକ୍ସି ଏସ୍‌ ୯+ ଫୋନ୍‌ ଓ ଅନ୍ୟ କେତେକ ନିର୍ଦିଷ୍ଟ ରେଫ୍ରିଜରେଟର ଉପରେ ୩୨ ଇଞ୍ଚର ଏଲଇଡି ଟିଭି ମାଗଣାରେ ମିଳିବ। ୱାସିଂ ମେସିନ୍‌ ଓ ଏୟାର ପ୍ୟୁରିଫାୟର ଗ୍ରାହକଙ୍କୁ ଗାଲାକ୍ସି ଜେ6 ପୁରସ୍କାର ମିଳିପାରିବ। ମାଇକ୍ରୋଓଭେନ୍‌ ଉପରେ ବୋରୋସିଲ୍‌ କିଟ୍‌ ଓ ଏସି ଉପରେ ମାଗଣା ଇନଷ୍ଟଲେସନ୍‌ ସୁବିଧା ମିଳିବ। ଏହା ବ୍ୟତୀତ ଗ୍ରାହକମାନେ ବହୁ ପ୍ରକାର ଟପ୍‌-ଅପ୍‌ ସୁବିଧା ମଧ୍ୟ ପାଇପାରିବେ। ଏହି ଅଫର ସାମସଙ୍ଗ୍‌ର ସ୍ୱତନ୍ତ୍ର ଷ୍ଟୋର୍‌, ଖୁଚୁରା ଷ୍ଟୋର୍‌, ଅଗ୍ରଣୀ ଇଲେକ୍‌ଟ୍ରୋନିକ୍ସ ଷ୍ଟୋର୍‌ରୁ ସାମସଙ୍ଗ ଉତ୍ପାଦ କିଣାକିଣି ଉପରେ ମିଳିବ। ଇ-କମର୍ସ ପୋର୍ଟାଲ୍‌ କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷ ଜରିଆରେ କିଣାକିଣି କଲେ ଏହି ଅଫର ମିଳିବ ନାହିଁ।

ସମ୍ବନ୍ଧିତ ଖବର