ଫ୍ଲିପ୍‌କାର୍ଟରେ ସାମସଙ୍ଗ କାର୍ନିଭାଲ୍‌ : ମିଳୁଛି ଅନେକ ଆକର୍ଷଣୀୟ ଅଫର

ଭୁବନେଶ୍ୱର : କଂଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଓ ମୋବାଇଲ୍‌ ବ୍ରାଣ୍ଡ୍‌ ସାମସଙ୍ଗ ପକ୍ଷରୁ ଫ୍ଲିପ୍‌କାର୍ଟରେ ସାମସଙ୍ଗ କାର୍ନିଭାଲ୍‌ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ସାମସଙ୍ଗର ବିଭିନ୍ନ ସାମଗ୍ରୀ ଉପରେ ତତ୍କାଳ ରିହାତି ଓ ଆକର୍ଷଣୀୟ ଅଫର ସବୁ ପାଇପାରିବେ। ଏହା କାର୍ନିଭାଲ୍‌ ଜୁନ୍‌ ୧୨ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ନିତି ଦିନ ଚାଲିବ। କେତେକ ସାମଗ୍ରୀ ଉପରେ ଗ୍ରାହକମାନେ ଇଏମ୍‌ଆଇ ସୁବିଧା ମଧ୍ୟ ପାଇବେ। କାର୍ନିଭାଲ୍‌ ଅବସରରେ ସାମସଙ୍ଗ ଗାଲାକ୍ସି ଏସ୍‌୮+ ଉପରେ ଫ୍ଲାଟ୍‌ ୧୦,୦୦୦ ଟଙ୍କାର ରିହାତି ମିଳିବ ଓ ଏହା ଗ୍ର୍ରାହକଙ୍କୁ ୪୩,୯୯୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି ଗାଲାକ୍ସି ଏସ୮ ଉପରେ ୧୨୦୦୦ ଟଙ୍କାର ଫ୍ଲାଟ୍‌ ରିହାତି ମିଳିବ ଯାହାକୁ ଗ୍ରାହକମାନେ ୩୭,୯୯୦ ଟଙ୍କାରେ କିଣିପାରିବେ । ସାମସଙ୍ଗ ଗାଲାକ୍ସି ଅନ୍‌ ନେକ୍ସଟର ୬୪ ଜିବି ଓ ୧୬ ଜିବି ଜାରିଆଣ୍ଟକୁ ଗ୍ରାହକମାନେ ଯଥାକ୍ରମେ ୧୦,୯୦୦ ଓ ୮୯୯୦ ଟଙ୍କାରେ କିଣିପାରିବେ। ୬୪ ଜିବି ଉପରେ ଫ୍ଲାଟ୍‌ ୭୦୦୦ ଟଙ୍କା ଓ ୧୬ ଜିବି ଉପରେ ୨୦୦୯ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ସାମସଙ୍ଗ ଜେ୩ ପ୍ରୋ ଉପରେ୧୮୦୦ ଟଙ୍କାର ରିହାତି ମିଳିବ ଓ ଏହା ୬୬୯୦ଟଙ୍କାରେ ଉପଲବ୍ଧ ହେବ। ସେହିପରି ଗାଲାକ୍ସି ଅନ୍‌ ୫ ସ୍ମାର୍ଟଫୋନ୍‌ ଉପରେ ୨୯୯୧ ଟଙ୍କାର ରିହାତି ସହ ତାହା ୫୯୯୯ ଟଙ୍କାରେ ମିଳିବ। ସାମସଙ୍ଗ୍‌ର ୩୨ ଇଞ୍ଚ ଫ୍ଲାଟ୍‌ ଏଚ୍‌ଡି ଟିଭି ଉପରେ ୧୦,୯୦୧ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ସେହିପରି ସାମସଙ୍ଗର ସ୍ମାର୍ଟ କନଭର୍ଟିବଲ୍‌ ୫ ଇନ୍‌ ୧ରେଫ୍ରିଜରେଟର ଉପରେ ୫୮୬୦ ଟଙ୍କାର ରିହାତି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର