ସାମସଙ୍ଗର ଭାଲେଣ୍ଟାଇନ ଡେ ଅଫର, ଗାଲାକ୍ସି-୯ ସହ ମିଳୁଛି ୭୦୦୦ ଟଙ୍କାର କ୍ୟାସବ୍ୟାକ୍

ଗୁରୁଗ୍ରାମ : ଭାଲେଣ୍ଟାଇନ ଦିବସ ଅବ୍ୟବହିତ ପୂର୍ବରୁ ସାମସଙ୍ଗ ପକ୍ଷରୁ ‘ବେଷ୍ଟ ଡ଼େ’ ଅଫର ଘୋଷଣା କରାଯାଇଛି । ଏହି ଅଫର ଅନୁଯାୟୀ ଗ୍ରାହକ ନିଜ ପାଇଁ ବା ଉପହାର ଉଦେ୍ଦଶ୍ୟରେ ଗାଲାକ୍ସି ନୋଟ୍ ୯ (୮ଜିବି/୫୧୨ ଜିବି) କ୍ରୟ କଲେ ତତକାଳ ୭୦୦୦ ଟଙ୍କା କ୍ୟାସବ୍ୟାକ୍ ସହ ୭୭୯୦୦ ଟଙ୍କା ମୂଲ୍ୟରେ ଏହା ପାଇପାରିବେ । ଗାଲାକ୍ସି ଏସ୯ ପ୍ଲସ ମଡ଼େଲର ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ମୂଲ୍ୟରେ ୭୦୦୦ ଟଙ୍କା ହ୍ରାସ କରାଯାଇଛି । ଫଳରେ ଗ୍ରାହକ ଏହାକୁ ଯଥାକ୍ରମେ ୫୭୯୦୦, ୬୧୯୦୦ ଓ ୬୫୯୦୦ ଟଙ୍କାରେ ପାଇପାରିବେ ।
ଏଚଡ଼ିଏଫସି କ୍ରେଡ଼ିଟ ବା ଡ଼େବିଟ କାର୍ଡ଼ଧାରୀ ନିଜ କାର୍ଡ଼ରୁ ଦେୟ ପ୍ରଦାନ କରିବେ ତାହାଲେ ଗାଲାକ୍ସି ନୋଟ ୯ ଓ ଗାଲାକ୍ସି ଏସ୯ ପ୍ଲସ ଉପରେ ଗ୍ରାହକ ଅତିରିକ୍ତ ୬୦୦୦ ଓ ୪୦୦୦ ଟଙ୍କା ଫେରସ୍ତ ପାଇବେ ।

ସୀମିତ ସମୟ ପାଇଁ ଭାଲେଣ୍ଟାଇନ ଦିବସ ଅଫର ପାଇଁ ଏଚଡ଼ିଏଫସି ଏହି ମଡ଼େଲ ଉପରେ ଯଥାକ୍ରମେ ୮୦୦୦ ଓ ୬୦୦୦ ଟଙ୍କା କ୍ୟାସବ୍ୟାକ୍ ପ୍ରଦାନ କରିବ । ଏହି ସମୟରେ ଗ୍ରହକ ନିଜ ସ୍ମାର୍ଟଫୋନ ବଦଳାଇଲେ ୯୦୦୦ ଟଙ୍କା ବୋନସ୍ ଅଫର ରହିଛି । ବଦଳ ଅଫରରେ ଗାଲାକ୍ସି ନୋଟ୍ ୯ ୮ଜିବି/୫୧୨ ଜିବିର ମୂଲ୍ୟ ୬୮୯୦୦ ଟଙ୍କା ଓ ୬ଜିବି / ୧୨୮ ଜିବି ମଡ଼େଲର ମୂଲ୍ୟ ୫୮୯୦୦ ଟଙ୍କା ରଖାଯାଇଛି । ସେହିପରି ବଦଳ ଅଫରରେ ୯୦୦୦ ଟଙ୍କା ବୋନସ୍ ସହ ଗାଲାକ୍ସି ଏସ୯ ପ୍ଲସର ୨୫୬ଜିବିର ମୁଲ୍ୟ ୫୬୯୦୦ ଟଙ୍କା, ୧୨୮ ଜିବିର ମୁଲ୍ୟ ୫୨୯୦୦ ଟଙ୍କା ଓ ୬୪ଜିବିର ମୁଲ୍ୟ ୪୮୯୦୦ ଟଙ୍କା ରଖାଯାଇଛି । ଗାଲାକ୍ସି ନୋଟ୍ ୯୧୨୮ ଜିବି ଓ ୫୧୨ ଜିବି ମଡ଼େଲ କିଣୁଥିବା ଗ୍ରାହକଙ୍କ ପାଇଁ ୨୪୯୯୦ ଟଙ୍କା ମୂଲ୍ୟର ଗାଲାକ୍ସି ଘଡ଼ି ମାତ୍ର ୯୯୯୯ ଟଙ୍କାରେ ପ୍ରଦାନ କରାଯିବାର ଅଫର ରହିଛି ।

ସମ୍ବନ୍ଧିତ ଖବର