ସାମସଙ୍ଗ୍‌ର ବୃହତ ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସାମସଙ୍ଗ୍‌ ପକ୍ଷରୁ ଦୁନିଆର ସର୍ବବୃହତ ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର୍‌କୁ ଭାରତୀୟ ସହର ବେଙ୍ଗାଲୁରୁରେ ଖୋଲାଯାଇଛି। ସେଠାରେ ବ୍ରିଟିଶ ଅମଳର ଥିବା ଅପେରା ହାଉସ୍‌କୁ ନବୀକରଣ କରି କଂପାନି ତାହାକୁ ଏକ୍ସପେରିଏନ୍ସ ସେଣ୍ଟର୍‌ରେ ପରିଣତ କରିଛି। ଲୋକମାନେ ଏହି ସେଣ୍ଟର୍‌ରେ ପ୍ରବେଶ କରି ସାମସଙ୍ଗ୍‌ ପ୍ରଯୁକ୍ତି କ୍ଷେତ୍ରରେ କ’ଣ ସବୁ କାମ କରୁଛି ଓ କେଉଁ ସବୁ ଉତ୍ପାଦ ଆଣିଛି ତାହାକୁ ଜାଣିପାରିବେ ଓ ସେଗୁଡ଼ିକର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ସାମସଙ୍ଗ୍‌ର ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ଓ ସିଇଓ ଏଚ୍‌ ସି ହଙ୍ଗ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ସାମସଙ୍ଗ୍‌ ଅପେରା ହାଉସ୍‌ରେ ଫିଟ୍‌ନେସ୍‌, ଫଟୋଗ୍ରାଫି, ଗେମିଂ, ସଙ୍ଗୀତ, ସିନେମା, ଖାଦ୍ୟ, ଷ୍ଟାଣ୍ଡ୍‌ଅପ୍‌ କମେଡି, ପ୍ରଯୁକ୍ତି ଓ ଷ୍ଟାର୍ଟଅପ୍‌ ଆଦି କାର୍ଯ୍ୟକ୍ରମ ବର୍ଷତମାମ ଚାଲିବ। ଏଠାରେ କଂପାନିର ସବୁ ପ୍ରକାର ମୋବାଇଲ୍‌ ଫୋନ୍‌, ଟାବଲେଟ୍‌, ଆକ୍‌ସେସୋରିଜ୍‌, ଟିଭି, ରେଫ୍ରିଜରେଟର୍‌ ଆଦି ଉପଲବ୍ଧ ହେଉଛି। ସେଠାରେ ଏକ ସର୍ଭିସ୍‌ ସେଣ୍ଟର୍‌ ମଧ୍ୟ ରହିଛି। ଗ୍ରାହକମାନେ ସାମସଙ୍ଗ୍‌ ଅପେରା ହାଉସ୍‌ରେ ହାଇସ୍ପିଡ୍‌ ଓ୍ଵାଇ-ଫାଇ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର